ଦେଶ ବିଦେଶ

Bomb Threat: ଦେଶର ୮ଟି ସ୍ଥାନକୁ ବୋମା ବିସ୍ଫୋରଣ ଧମକ: ୟୁପିରୁ କର୍ଣ୍ଣାଟକ ସବୁଠି ଥରହର…

ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟେ କି ଦୁଇଟି ନୁହେଁ ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଯେଉଁଥିରେ ରହିଛି କୋର୍ଟ, ରେଳଷ୍ଟେସନ...

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟେ କି ଦୁଇଟି ନୁହେଁ ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଯେଉଁଥିରେ ରହିଛି କୋର୍ଟ, ରେଳଷ୍ଟେସନ । ଏହି ସବୁ ଧମକ ମିଳିଛି ଉତ୍ତରପ୍ରଦେଶ ଓ କର୍ଣ୍ଣାଟର ବିଭିନ୍ନ କୋର୍ଟ ଓ ରେଳଷ୍ଟେସନକୁ । ଗୁଜୁରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ RDX ବୋମା ବିସ୍ଫୋରଣର ଧମକ ମିଳିଥିଲା ।  ଆନନ୍ଦ, ରାଜକୋଟ, ଅହମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା ।

ତଥାପି, ବମ୍ ସ୍କ୍ୱାଡ୍ କୋର୍ଟରେ ତଦନ୍ତ କରିବା ସମୟରେ କିଛି ସନ୍ଦେହଜନକ ମିଳିଲା ନାହିଁ । ପୋଲିସ ଅନୁଯାୟୀ ଲିବରେସନ୍ ଟାଇଗର୍ସ ଅଫ୍ ନାମରେ ଧମକ ମିଳିଛି । ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ମଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସକୁ ବୋମା ଧମକ ମିଳିଥିଲା । ଏହା ପରେ, ଟ୍ରେନକୁ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଓହ୍ଲାଇ ଦିଆଯାଇଥିଲା । ଯେଉଁ ଯେଉଁ ସ୍ଥାନକୁ ଧମକ ମିଳିଛି ସେସବୁ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି । ସେପଟେ ରେଳଷ୍ଟେସନରେ ସ୍ନିପର ଡଗ ସହ ଛାନଭିନ କରିଛି ପୁଲିସ । ବୋମା ନିଷ୍କ୍ରିୟ ଟିମ ଘଟଣାସ୍ଥୂଳରେ ପହଞ୍ଚି ଛାନଭିନ କରିଥିଲେ ବି କିଛି ମିଳିନାହିଁ । ତେବେ କେଉଁଠୁ ଆସିଥିଲା ଧମକ ପୂର୍ଣ୍ଣ କଲ ଏନେଇ ଛାନଭିନ ଚାଲିଛି ।ସେପଟେ କେରଳର ଏକ ସ୍କୁଲ ପାଖରୁ ୧୦ଟି ଜୀବନ୍ତ ବୋମା ଜବତ କରାଯାଇଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button