Balen Shah: Gen Z ହିରୋ, ନେପାଳର ନୂଆ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କମ୍ ବୟସରେ କେମିତି ହେଲେ ନେପାଳର କ୍ଷମତା କେନ୍ଦ୍ର ?

ନୂଆଦିଲ୍ଲୀ: ଜେନଜିଙ୍କ ହିରୋରୁ ନେପାଳର ପ୍ରଧାନମନ୍ତ୍ରୀ । କମ୍ ବୟସରେ ନେପାଳର କ୍ଷମତା କେନ୍ଦ୍ର । ଅନେକ ଭାବନ୍ତି ଖାଲି ବରିଷ୍ଠ ହେଲେ ଯାଇ ଗୋଟେ ରାଷ୍ଟ୍ରର ନେତୃତ୍ବ ନେଇହେବ । ବୋଧହୁଏ ଯେଉଁମାନେ ଏହା କୁହନ୍ତି କିମ୍ବା ଭାବନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ବାଲେନ୍ଦ୍ର ଶାହ ଓରଫ ବାଲେନ୍ ଶାହ ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହୋଇ ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ଆଉ ରାମନବମୀରେ ଶପଥ ନେଇ ନୂଆ ଇତିହାସ ଲେଖିଛନ୍ତି । ଶପଥ ନେବାର ୨୪ ଘଣ୍ଟା ନପୂରୁଣୁ ପୂର୍ବତନ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଗିରଫ କରି ଆକ୍ସନ ମୋଡରେ ଅଛନ୍ତି ବାଲେନ୍ ସରକାର । ତେବେ କିଏ ଏହି ବେଲେନ୍ ଶାହ, କଣ ତାଙ୍କ ପ୍ରଚ୍ଛଦ କାହାଣୀ… ଆସନ୍ତୁ ଜାଣିବା…

Gen Z ହିରୋ ବାଲେନ୍ ଶାହ ! । ନୂଆ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP) ଗଢି, ଯୁବପିଢିଙ୍କ ବିପୁଳ ସମର୍ଥନ ପାଇ ଶେଷରେ ନେପାଳରେ ସରକାର ଗଢିଛନ୍ତି । ବାଲେନ ଶାହ ନା କୌଣସି ପୁରୁଣା ରାଜନେତା, ନା କୌଣସି ବଡ଼ ପରିବାରର ଉତ୍ତରାଧିକାରୀ। ନା ବି ତାଙ୍କର ରାଜନୀତିରେ ପୂର୍ବରୁ କିଛି ଲିଙ୍କ୍ ରହିଛି । ରାପରରୁ ରାଜନେତା ପାଲଟିଥିବା ବାଲେନ୍ କାଠମାଣ୍ଡୁର ମେୟର ହେବା ପୂର୍ବରୁ ଥିଲେ ଜଣେ ଇଞ୍ଜିନିୟର । ଏଥିସହ ସେ ରାପର୍ ଭାବେ ବେଶ୍ ଜଣାଶୁଣା ବି ଥିଲେ । ୨୭ ଏପ୍ରିଲ ୧୯୯୦ରେ କାଠମାଣ୍ଡୁ ନରଦେବୀରେ ଜନ୍ମଗ୍ରହଣ କରିଥିଲେ ବାଲେନ୍ । ତାଙ୍କ ବାପା ରାମ ନାରାୟଣ ଶାହ ଜଣେ ଆୟୁର୍ବେଦିକ ଡାକ୍ତର ଥିଲେ। ବାଲନ କର୍ଣ୍ଣାଟକର ବାଙ୍ଗାଲୁରରେ ସିଭିଲ୍ ଇଞ୍ଜିନିୟରିଂ ପଢିଥିଲେ । ୨୦୧୦ରୁ ସଂଗୀତ କ୍ଷେତ୍ରରେ ବାଲେନ୍ ସକ୍ରିୟ ଥିବା ବେଳେ ବାଲେନ୍ ଧିରେଧିରେ ନେପାଳର ରାଜନୀତିରେ ବି ନିଜର ଆଧିପତ୍ୟ ଜାହିର କରିବା ଆରମ୍ଭ କରିଥିଲେ । ୨୦୨୨ରେ କାଠମାଣ୍ଡୁର ମେୟର ନିର୍ବାଚନରେ ବିଜୟୀ ହୋଇଥିଲେ ବାଲେନ୍ । ଯୁବପିଢ଼ିଙ୍କ ଦାବି ଉଠାଇ 61,000ରୁ ଅଧିକ ଭୋଟ ସହିତ ଏକ ଐତିହାସିକ ବିଜୟ ହାସଲ କରିଥିଲେ ।

ପ୍ରୋ-ଆମେରିକୀୟ ନେପାଳୀ ରାଜନେତା ବାଲେନ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବି ଚର୍ଚ୍ଚାରେଥାନ୍ତି । ଅନେକ ପ୍ରସଙ୍ଗରେ ସେ ଖୋଲାଖୋଲି ଭାରତ ବିରୋଧୀ ବୟାନ ଦେଇଛନ୍ତି । ଆଙ୍ଗଲୋ-ନେପାଳ ଯୁଦ୍ଧ ପରେ ୧୮୦୬ର ସୁଗୌଲି ଚୁକ୍ତିର ସେ ଘୋର ବିରୋଧୀ । ସେ ସେହି ନେପାଳୀଙ୍କ ଚିନ୍ତାଧାରାକୁ ସମର୍ଥନ କରନ୍ତି, ଯେଉଁମାନେ ଭାବନ୍ତି ଏହି ଚୁକ୍ତି ତାଙ୍କ ଦେଶର ସୀମାକୁ ସୀମିତ କରୁଛି । ବାଲେନ୍ ଅନେକ ଥର ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି । କିନ୍ତୁ ନୂଆ ସରକାର ଭାରତ ସହ ସୁସମ୍ପର୍କ ରଖିବ କି ନାହିଁ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଚି କରିଛି ।

 

 

 

ସୌଜନ୍ୟ ସମ୍ବାଦ

Exit mobile version