ଭୁବନେଶ୍ବର: କସ୍ତୁରୀ ଫ୍ଲୋର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ପାତ୍ରଙ୍କୁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଦ୍ୱିତୀୟ କୁଳ ଗୌରବ ସମ୍ମାନ ୨୦୨୬ରେ ସମ୍ମାନିତ କରାଯାଇଛି। ଓଡ଼ିଶାର ଖାଦ୍ୟ ଉତ୍ପାଦନରେ ନିରନ୍ତର ଅବଦାନ ଏବଂ କୃଷି ବ୍ୟବସାୟ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବାରେ ଏହାର ଭୂମିକା ପାଇଁ କସ୍ତୁରୀ ଫ୍ଲୋର ମିଲ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିଲା।
୧୯୯୫ ମସିହାରୁ ଏକ ଦୃଢ଼ ଉପସ୍ଥିତି ସହିତ କମ୍ପାନି ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ୍ ଓ ରାଜ୍ୟରେ ଛତୁଆର ଅଗ୍ରଣୀ ନିର୍ମାତାରେ ପରିଣତ ହୋଇଛି। ଗ୍ରାହକମାନଙ୍କ ପାଇଁ ଘଣ୍ଟା ପ୍ରତି ୩୦୦୦ କେଜିରୁ ଅଧିକ ଛତୁଆ ପାଉଡର ଉତ୍ପାଦନ କରିବାକୁ କମ୍ପାନି ସକ୍ଷମ। ଅଫ୍ଲାଇନ୍ ବଜାର ସହ ଫ୍ଲିପକାର୍ଟ, ଆମାଜନ ଓ ବ୍ଲିଙ୍କିଟ୍ ଭଳି ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଏହାର ଦୃଢ଼ ଉପସ୍ଥିତି ରହିଛି।
ସୌଜନ୍ୟ ସମ୍ବାଦ