ଜାତୀୟ

Bank Strike Postponed: ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ, IBA-ବ୍ୟାଙ୍କ ୟୁନିଅନ୍ ବୈଠକ ପରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ, ୨୮/୦୯: ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ପ୍ରସ୍ତାବିତ ତିନି ଦିନିଆ ଧର୍ମଘଟ ସ୍ଥଗିତ ରଖାଯାଇଛି। ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ଯୋଜନା କରିଥିଲେ। ତେବେ ଧର୍ମଘଟ ଆରମ୍ଭ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ, ସେପ୍ଟେମ୍ବର ୨୭ ରାତିରେ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ (IBA) ଏବଂ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଧର୍ମଘଟ ପୂର୍ବରୁ IBA ଓ UFBU ମଧ୍ୟରେ ରାତିରେ ଆଲୋଚନା ହୋଇଥିଲା। ବୈଠକରେ ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ କେତେକ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିଲା। ଏହା ପରେ UFBU ପକ୍ଷରୁ ଧାର୍ଯ୍ୟ ତିନି ଦିନିଆ ଧର୍ମଘଟକୁ ସ୍ଥଗିତ ରଖିବା ନିଷ୍ପତ୍ତି ନିଆଯାଇଛି। ଧର୍ମଘଟ ହେଲେ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ଏବେ ଧର୍ମଘଟ ସ୍ଥଗିତ ହେବା ପରେ ସାଧାରଣ ଗ୍ରାହକଙ୍କୁ ତତ୍କାଳ ଆଶ୍ୱସ୍ତି ମିଳିଛି।

ତେବେ ଏହି ଧର୍ମଘଟକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇନାହିଁ। UFBU ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଧର୍ମଘଟକୁ କେବଳ ସ୍ଥଗିତ ରଖାଯାଇଛି। ଆଲୋଚନାରେ ସହମତି ହୋଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ବିସ୍ତୃତ ସୂଚନା ଦିଆଯିବ। ଯଦି ଦାବିଗୁଡ଼ିକ ପୂରଣ ନହୁଏ, ତେବେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ କରିବାର ଚେତାବନୀ ଦିଆଯାଇଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button