Mobile Recharge New Rules: ଖୁସି ଖବର, ୨୮ ନୁହେଁ ଏଣିିକି ୩୦ ଦିନର ବିନା ଡାଟା ପ୍ରିପେଡ୍ ପ୍ଲାନ୍

ନୂଆଦିଲ୍ଲୀ,୨୮/୦୯; ପ୍ରିପେଡ୍ ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଅନାବଶ୍ୟକ ଡାଟାଯୁକ୍ତ ରିଚାର୍ଜ ପ୍ଲାନରୁ ମିଳିବ ମୁକ୍ତି । ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା କେବଳ ଭାଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମୁକ୍ତି ମିଳିବ । ଦେଶର ମୋବାଇଲ୍ ଗ୍ରାହକଙ୍କୁ ଏହି ଆଶ୍ୱସ୍ତି ଦେଇ ସରକାର ନୂଆ ଯୋଜନା ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସାଂସଦ ରାଘବ ଚଢା କହିଛନ୍ତି ଯେ, ସେ ଫେବୃଆରୀରେ ସଂସଦରେ ଏହି ଦାବି ଉଠାଇଥିଲେ । ସରକାର ଏହାକୁ ଗ୍ରହଣ କରିଛନ୍ତି ।
ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକର ପ୍ଲାନ୍ ୨୮ ଦିନିଆ ରହୁଥିଲା । ହେଲେ ଏବେ ନୂଆ ନିୟମ ଲାଗୁ ହେବା ପରେ କମ୍ପାନୀଗୁଡିକ ଏବେ ୨୮ ଦିନ ପରିବର୍ତ୍ତେ ପୁରା ୩୦ ଦିନର ରିଚାର୍ଜ ପ୍ଲାନ୍ ଆଣିବେ । ରାଘବ ଆମ ଆଦମୀ ପାର୍ଟିର ସାଂସଦ ଭାବରେ ପ୍ରଥମେ ସଂସଦରେ ଏହି ତଥ୍ୟ ଉଠାଇଥିଲେ । ମାର୍ଚ୍ଚ ୧ ୨୦୨୬ରେ ସେ ୨୮ ଦିନିଆ ପ୍ଲାନ୍, କେବଳ କଲ୍ ଯିବ ଆସିବ ପ୍ଲାନ୍ ଲଞ୍ଚ କରିବାକୁ ସଂସଦରେ ତର୍କ ରଖିଥିଲେ । ଏବେ ସରକାର ଏହାର ସମାଧାନ କରିଥିବାରୁ ରାଘବ ଖୁସି ବ୍ୟକ୍ତ କରିଛନ୍ତି । ନୂଆ ନିୟମର ଫାଇଦା ବିଷୟରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ନୂଆ ସଂଶୋଧନରେ ୧୮ ଦିନର ରିଚାର୍ଜ ପ୍ଲାନ୍ ନୁହେଁ ୩୦ ଦିନର ପ୍ଲାନ୍ ମିଳିବ । ଅର୍ଥାତ୍ ବର୍ଷକୁ ୧୩ ଥର ନୁହେଁ ୧୨ ଥର ରିଚାର୍ଜ କରିବାକୁ ପଡିବ । ଏହି ୨୮ ଦିନର ବୈଧତା ଥିବା ଯୋଜନାଗୁଡିକ ପାଇଁ କମ୍ପାନୀଗୁଡିକୁ ପ୍ରାୟତଃ ପ୍ରତିବର୍ଷ ଗୋଟିଏ ମାସର ଅତିରିକ୍ତ ଟଙ୍କା ଆଦାୟ କରି ନେଉଥିଲା । ଏହି ପ୍ଲାନର ୩୦ ଦିନର ହୋଇଯିବା ପରେ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଥିବା ଅଜଥା ବୋଝ କମିବ ।
ସୌଜନ୍ୟ ପ୍ରମେୟ




