ରାଜ୍ୟ
Bank Theft: ବ୍ୟାଙ୍କ ପରିସରରୁ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ପକେଟ୍ ମାର୍!
କେନ୍ଦୁଝର ଜିଲ୍ଲା ଚମ୍ପୁଆ ସହରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଟଙ୍କା ପକେଟ୍ ମାର୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବରିଷ୍ଠ ନାଗରିକ ଧନେଶ୍ବର ମହାକୁଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଚମ୍ପୁଆ (ପରମା ନନ୍ଦ ମହାନ୍ତ):କେନ୍ଦୁଝରଜିଲ୍ଲା ଚମ୍ପୁଆ ସହରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଟଙ୍କା ପକେଟ୍ ମାର୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବରିଷ୍ଠ ନାଗରିକ ଧନେଶ୍ବର ମହାକୁଡ଼ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଶଶାଙ୍ଗ ଗ୍ରାମର ଧନେଶ୍ୱର ମହାକୁଡ଼ ନିଜ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ପାଇଁ ଉକ୍ତ ବ୍ୟାଙ୍କ ଶାଖାରୁ ନିଜ ଜମା ଖାତାରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଗଣି ସାରିବା ପରେ ସେ ତାହାକୁ ନିଜ ପ୍ୟାଣ୍ଟ ପକେଟରେ ରଖି କାଉଣ୍ଟର ନିକଟରେ ପାସ୍ ବୁକ୍ ଅପଡେଟ୍ କରୁଥିଲେ। କାମ ସାରିବା ପରେ ଧନେଶ୍ୱର ନିଜ ପକେଟ୍ ଯାଞ୍ଚ କରିବାରୁ ଟଙ୍କା ପକେଟ୍ ମାର୍ ହୋଇଥିବା ଜାଣିବାକୁ ପାଇଥିଲେ।
ସୌଜନ୍ୟ ସମ୍ବାଦ




