ଜାତୀୟ

Banking Rules: ଅକ୍ଟୋବର ୧ରୁ ବଦଳିବ ବ୍ୟାଙ୍କିଙ୍ଗ୍ ନିୟମ, ମାସକୁ ୪ ଥର ଟଙ୍କା ଉଠାଣ ପରେ ଲାଗିବ ଚାର୍ଜ !

ଆସନ୍ତା ଅକ୍ଟୋବର ୧ ତାରିଖରୁ ଦେଶରେ ବ୍ୟାଙ୍କିଙ୍ଗ୍ ସେବା ସହ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ SBI ର ଗ୍ରାହକମାନଙ୍କ ପାଇଁ ନଗଦ ଟଙ୍କା ଉଠାଣ ନିୟମ ଏବଂ ଏଫ୍‌ଡି ରିଟର୍ଣ୍ଣ ସମ୍ୱନ୍ଧିତ ନୂତନ ବ୍ୟବସ୍ଥା ସାମିଲ ରହିଛି । ଏହି ପରିବର୍ତ୍ତନ SBI ର ସମସ୍ତ ସେଭିଂ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ନୁହେଁ, ବରଂ କେବଳ Basic Savings Bank Deposit (BSBD) ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ହେବ । ଏହି ନୂତନ ନିୟମ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବ । BSBD ଆକାଉଣ୍ଟଧାରୀମାନେ ପ୍ରତି ମାସରେ ମାତ୍ର ୪ ଥର ମାଗଣାରେ ନଗଦ ଟଙ୍କା ଉଠାଇ ପାରିବେ । ମାଗଣା ସୀମା ଶେଷ ହେବା ପରେ ପରବର୍ତ୍ତୀ ପ୍ରତି ଅତିରିକ୍ତ ନଗଦ ଉଠାଣ ପାଇଁ ୧୫ ଟଙ୍କା ସହିତ ଜିଏସଟି ଦେବାକୁ ପଡ଼ିବ । ଏହି ୪ ଥରର ମାଗଣା ସୀମା ମଧ୍ୟରେ ବ୍ୟାଙ୍କ ଶାଖା ଏବଂ ଏଟିଏମରୁ କରାଯାଇଥିବା ଟଙ୍କା ଉଠାଣକୁ ମଧ୍ୟ ସାମିଲ କରାଯାଇଛି ।

BSBD ଆକାଉଣ୍ଟ କ’ଣ ?  

ଏହା ଏକ ସାଧାରଣ ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ ସର୍ବନିମ୍ନ ବାଲାନ୍ସ ରଖିବାର କୌଣସି ଆବଶ୍ୟକତା ନଥାଏ । FD ଏବଂ ବଲ୍କ ଡିପୋଜିଟ୍ ନିୟମରେ ପରିବର୍ତ୍ତନ, RBI ପକ୍ଷରୁ ‘ବଲ୍କ ଡିପୋଜିଟ୍’ ନିୟମରେ ପରିବର୍ତ୍ତନ କରାଯାଇଛି । ଯେଉଁ ଫିକ୍ସଡ୍ ଡିପୋଜିଟ୍ ବା ଜମା ରାଶି ୩ କୋଟି କିମ୍ବା ତା’ଠାରୁ ଅଧିକ, ତାହାକୁ ବଲ୍କ ଡିପୋଜିଟ୍ କୁହାଯିବ । ଏହି ବଡ଼ ଜମା ରାଶିଗୁଡ଼ିକ ଉପରେ ସୁଧ ହାର ସ୍ଥିର କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ଅନୁମତି ଏବଂ ନମନୀୟତା ମିଳିବ । ବ୍ୟାଙ୍କଗୁଡ଼ିକ ଏହି ଜମା ଉପରେ କିପରି ସୁଧ ଦେଉଛନ୍ତି, ସେ ସମ୍ପର୍କିତ ସୂଚନା ଗ୍ରାହକମାନେ ଯେପରି ସହଜରେ ପାଇପାରିବେ, ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button