ଜାତୀୟ
Rahul Gandhi : ରାହୁଲଙ୍କ ବୟାନକୁ ନେଇ ଚର୍ଚ୍ଚା,ଅଶାନ୍ତ ସମୁଦ୍ରରେ ପହଁରିବା ମୋର ପସନ୍ଦ

ନୂଆଦିଲ୍ଲୀ,୨୮\୯ : ଏସଆଇଆର ଏବଂ ନିର୍ବାଚନ କମିଶନଙ୍କୁ ନେଇ ଜାରି ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ରାଦୁଲ ଗାନ୍ଧୀଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ରାହୁଲ ଅଶାନ୍ତ ସମୁଦ୍ରରେ ପହଁରିବାକୁ ନେଇ ଏକ ବାର୍ତ୍ତା ସେୟାର କରିବା ସହ ପ୍ରତିକୂଳ ପରିସ୍ଥିତିରେ ମଣିଷକୁ ଶାନ୍ତ ରହିବା ଲାଗି ଏହା ଶିଖାଉଥିବା କହିଛନ୍ତି । ତେବେ SIR ବିବାଦକୁ ନେଇ ସେ ଏଥିରେ କିଛି ଉଲ୍ଲେଖ କରି ନାହାଁନ୍ତି ।
ସୋସିଆଲ ମିଡିଆରେ ରାହୁଲ ଲେଖିଛନ୍ତି ‘ମତେ ଅଶାନ୍ତ ସମୁଦ୍ରରେ ପହଁରିବାକୁ ଭଲ ଲାଗେ । ଏହା ଶିଖାଉଛି ଯେ ଅଶାନ୍ତ ହେବା ମଧ୍ୟରେ ଶାନ୍ତିର ଏକ ରୂପ ‘। ରାହୁଲଙ୍କର ଏହି ପୋଷ୍ଟ ଏଭଳି ସମୟରେ ଆସିଛି,ଯେବେ କି ଭୋଟର ତାଲିକାରେ ପରିବର୍ତ୍ତନ, SIR ପ୍ରକିୟାକୁ ନେଇ ନିର୍ବାଚନ କମିଶନ ଓ ବିରୋଧୀ ଦଳ ମଧ୍ୟରେ ଲଗାତାର ଜବାବ-ସୁଆଲ ଜାରି ରହିଛି ।
ସୌଜନ୍ୟ ପ୍ରମେୟ




