Big corruption: ଡାକ ବିଭାଗରେ ବଡ଼ ଦୁର୍ନୀତି: ୫ ହଜାର ଜମାଖାତାରୁ ୫୦ କୋଟି ଗାଏବ

ଜୟପୁର: ଜୟପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ୫୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ସିଧାସଳଖ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଛନ୍ତି ସବ୍‌ ପୋଷ୍ଟ ମାଷ୍ଟର। ଡିଜିଟାଲ୍‌ ମନି ଟ୍ରାନ୍ସଫର ପାଇଁ ଡାକ ବିଭାଗର ସଫ୍ଟୱେରକୁ ହ୍ୟାକ୍‌ କରି ମୋବାଇଲ ନମ୍ବର ପରିବର୍ତ୍ତନ ଏବଂ ମୂଳ କେୱାଇସିକୁ ଉଡ଼ାଇ ବିପୁଳ ଅର୍ଥ ଆତ୍ମସାତ କରାଯାଇଛି। ଏହି ବଡ଼ଧରଣର ଦୁର୍ନୀତିର ସିବିଆଇ ତଦନ୍ତ ସହ ତୁରନ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନ ଫେରିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ