ରାଜ୍ୟ

Book: ଭାସ୍କର ପରିଚ୍ଛାଙ୍କ ପୁସ୍ତକ ‘ମନନର ମେଘମାଳା’ ଉନ୍ମୋଚିତ

ଲେଖକ ଭା‌ସ୍କର ପରିଚ୍ଛାଙ୍କ ସମ୍ପାଦକୀୟ ସଂକଳନ ‘ମନନର ମେଘମାଳା’ର ‘ସମ୍ବାଦ ଭବନ’ରେ ପାଠକାର୍ପଣ ହୋଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ପୁସ୍ତକକୁ ଉନ୍ମୋଚନ କରି କହିଲେ...

ଭୁବନେଶ୍ବର: ଲେଖକ ଭା‌ସ୍କର ପରିଚ୍ଛାଙ୍କ ସମ୍ପାଦକୀୟ ସଂକଳନ ‘ମନନର ମେଘମାଳା’ର ‘ସମ୍ବାଦ ଭବନ’ରେ ପାଠକାର୍ପଣ ହୋଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ପୁସ୍ତକକୁ  ଉନ୍ମୋଚନ କରି କହିଲେ, ଭାସ୍କର ପରିଚ୍ଛା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିବାରୁ ଓଡ଼ିଶା ତଥା ଓଡ଼ିଶା ବାହାରର ଲୋକେ ଆମ ଜନଜୀବନର କଥା ଜାଣିବାକୁ ପାଉଛନ୍ତି। ଏଥିସହ ସେ ମୁଖ୍ୟତଃ ଗବେଷଣାଲବ୍ଧ ବିଷୟବସ୍ତୁ ଆଧାରରେ ରଚନା କରୁଥିବାରୁ ଏହା ପାଠକମାନଙ୍କ ପାଇଁ  ଉପାଦେୟ ସାବ୍ୟସ୍ତ ହୋଇପାରୁଛି। ପାଠକମାନଙ୍କ ମଧ୍ୟରେ ଏହି ପୁସ୍ତକ ଆଦୃତି ପାଉ ବୋଲି ସେ କାମନା କରିଥିଲେ। ଏକ ଓଡ଼ିଆ ଦୈନିକର ସଂପାଦକ ଥିବା ସମୟରେ ଶ୍ରୀ ପରିଚ୍ଛା ଲେଖିଥିବା ନିର୍ବାଚିତ ସଂପାଦକୀୟ ଏହି ସଂକଳନରେ ସ୍ଥାନ ପାଇଛି।

ଭାସ୍କର ବାବୁଙ୍କ ଲେଖନୀର ସବୁଠୁ ବଡ଼ ବିଶେଷତ୍ବ ହେଲା, ତାଙ୍କ ଲେଖାସବୁ ତଥ୍ୟନିଷ୍ଠ। ସେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ସମ୍ପର୍କ ରଖନ୍ତି, ତାଙ୍କ ସମସ୍ୟାକୁ ବୁଝି ଲେଖନୀ ଚଳାନ୍ତି, ଯାହା ତାଙ୍କ ଲେଖକୀୟ ପରିଚୟ ବୋଲି କହିଥିଲେ ସମ୍ବାଦର ଫିଚର୍‌ ସମ୍ପାଦକ ଧୃତିକାମ ମହାନ୍ତି। ଶେଷରେ ଧନ୍ୟବାଦ ଦେଇଥିଲେ କଥାର କାର୍ଯ୍ୟକାରୀ ସଂପାଦକ ଆଶିଷ ଗଡ଼ନାୟକ। ‌ଏହି ଉତ୍ସବରେ ରତ୍ନଚିରା ପ୍ରକାଶନର ପ୍ରକାଶକ କରୁଣାକର ପୃ‌ଷ୍ଟିଙ୍କ ସମେତ ସମ୍ବାଦ ପରିବାରର ସହଯୋଗୀବୃନ୍ଦ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button