ଖେଳ

Bronze: ରୋଇଂରେ ସତନାମ୍‌-ସଲମାନଙ୍କୁ କାଂସ୍ୟ

ଭାରତୀୟ ଡବଲ୍‌ ସ୍କଲ୍‌ସ ରୋୱେର ସତନାମ୍‌ ସିଂହ ଓ ସଲମାନ ଖାନ ଗୁରୁବାର ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ କାଂସ୍ୟ ପଦକ ଭେଟି ଦେଇଛନ୍ତି। ପ୍ରଥମ ୧୦୦୦ ମିଟରରେ ଆଗରେ ଥିବା ଉଜବେକିସ୍ତାନ ଓ ଚୀନ୍‌କୁ ପଛରେ ପକାଇବାକୁ ଭାରତ ଚେଷ୍ଟା କରିଥିଲା।

ଆଇଚି:ଭାରତୀୟ ଡବଲ୍‌ ସ୍କଲ୍‌ସ ରୋୱେର ସତନାମ୍‌ ସିଂହ ଓ ସଲମାନ ଖାନ ଗୁରୁବାର ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ କାଂସ୍ୟ ପଦକ ଭେଟି ଦେଇଛନ୍ତି। ପ୍ରଥମ ୧୦୦୦ ମିଟରରେ ଆଗରେ ଥିବା ଉଜବେକିସ୍ତାନ ଓ ଚୀନ୍‌କୁ ପଛରେ ପକାଇବାକୁ ଭାରତ ଚେଷ୍ଟା କରିଥିଲା। ଆଉ ୫୦୦ ମିଟର ରେସ୍‌ ବାକି ଥିଲା ବେଳେ ଭାରତୀୟ ଯୋଡ଼ି ଉଜ୍‌ବେକିସ୍ତାନକୁ ପଛରେ ପକାଇ ଦେଇଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଏହା ଜାରି ନ ରହିବାରୁ ସତନାମ୍‌ ଓ ସଲମାନ୍‌ ୬ ମିନିଟ୍‌ ୧୩.୨୫ ସେକେଣ୍ଡ ସମୟ ସହ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଚୀନ୍‌ର ଜୁଚି ୟି ଓ ୟିଦେ ନିଏ (୬:୦୯.୭୭ ସେ‌କେଣ୍ଡ) ସ୍ବର୍ଣ୍ଣ ଓ ଉଜବେକିସ୍ତାନର ପ‌ଭେଲ ସୋରିନ ଓ ମେଖ୍ରୋଜ୍‌ବେକ ମାମାତ୍‌କୁଲୋଭ (୬:୧୦.୪୯ ସେକେଣ୍ଡ) ରୌପ୍ୟ ପଦକ ଜିତିଥିଲେ।

ଅଳ୍ପକେ କାଂସ୍ୟ ପଦକ ହାତଛଡ଼ା କଲେ ବଲରାଜ

ତେବେ ପୁରୁଷ ଏକକ ସ୍କଲ୍‌ସ ଫାଇନାଲ୍‌ରେ ବଲରାଜ ପନୱାର ଅଳ୍ପକେ କାଂସ୍ୟ ପଦକ ହାତଛଡ଼ା କରିଥିଲେ। ୨୦୦୦ ମିଟର ରେସ୍‌ର ୫୦୦ ମିଟର ବାକି ଥିଲା ବେଳେ ବଲରାଜ ଦ୍ବିତୀୟ ସ୍ଥାନରେ ରହିଥିଲେ। ହେଲେ ପରେ ଉଜବେକିସ୍ତାନର ଶାଖବୋଜ ଖୋଲମୁର୍ଜାଏଭ (୬:୪୧.୮୩) ଓ ଜାପାନର ତତ୍‌ସୁୟା ସକୁରାମା (୬:୪୬.୭୮) ତାଙ୍କୁ ଟପି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ଚୀନ୍‌ର ଝିୱେଇ ଡେଙ୍ଗ (୬:୩୮.୯୮) ସ୍ବର୍ଣ୍ଣ ଜିତିଥିଲେ। ବଲରାଜ (୬:୫୪.୮୦) ଚତୁର୍ଥ ସ୍ଥାନରେ ରହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button