ଖେଳ

Bronze for Animesh: ଅନିମେଷଙ୍କୁ ମିଶ୍ରିତ ରିଲେ କାଂସ୍ୟ

ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଛତିଶଗଡ଼ ଜନ୍ମିତ ଅନିମେଷ କୁଜୁର ମିଶ୍ରିତ ୧୦୦ ମିଟର କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୦୦ ଓ ୨୦୦ ମିଟର ବ୍ୟକ୍ତିଗତ ବର୍ଗରେ ବିଫଳ...

ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଛତିଶଗଡ଼ ଜନ୍ମିତ ଅନିମେଷ କୁଜୁର ମିଶ୍ରିତ ୧୦୦ ମିଟର କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୦୦ ଓ ୨୦୦ ମିଟର ବ୍ୟକ୍ତିଗତ ବର୍ଗରେ ବିଫଳ ହୋଇଥିବା ଅନିମେଷ ମଙ୍ଗଳବାର ଗୁରୁବିନ୍ଦର ସିଂହ, ସ୍ନେହା ଏସ୍‌ଏସ୍‌ ଓ ହାରିତା ଭଦ୍ରାଙ୍କ ସହ ୪ଗୁଣା୧୦୦ ମିଟର ରିଲେ ଦଳରେ ରହି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ।

ଫାଇନାଲ୍‌ରେ ଭାରତୀୟ ଦଳ ୪୧.୦୬ ସେକେଣ୍ଡରେ ରେସ୍‌ ଶେଷ କରି ପୂର୍ବ ଜାତୀୟ ରେକର୍ଡ (୪୧.୩୫ ସେକେଣ୍ଡ) ଭାଙ୍ଗିବା ସହ କାଂସ୍ୟ ପାଇଥିଲା। ଏହି ରେକର୍ଡ ରଗୁଲ କୁମାର, ନିତ୍ୟା ଗାନ୍ଧେ, ଅନିମେଷ ଓ ସ୍ନେହା ୨୦୨୬ ବିଶ୍ବ ରିଲେ ପ୍ରତିଯୋଗିତାରେ କରିଥିଲେ। ଚୀନ୍‌ (୪୦.୭୮) ସ୍ବର୍ଣ୍ଣ ଓ ଥାଇଲାଣ୍ଡ (୪୦.୮୭) ରୌପ୍ୟ ପାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button