ରାଜ୍ୟ

CAG: ସୁନ୍ଦରଗଡ଼ ଡିଏମ୍‌ଏଫ୍‌ରେ ଅନିୟମିତତା ଧରିଲେ ସିଏଜି: ଖଣି ପ୍ରଭାବିତଙ୍କ ଟଙ୍କାରେ ଜିଲ୍ଲାପାଳଙ୍କ ରିଡିଂ ରୁମ୍‌

୨୦୧୫-୧୬ରୁ ଏଯାଏଁ ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଲିଜ୍‌ଧାରୀଙ୍କଠାରୁ ଡିଏମ୍‌ଏଫ୍‌ ପାଇଁ ୯୫୦୭ କୋଟି ଟଙ୍କା ଆଦାୟ ହୋଇଥିଲା। ଏଥିରୁ ୧୩୧୩୫ କୋଟି ଟଙ୍କାର ପ୍ରକଳ୍ପ ଆବଣ୍ଟିତ ହୋଇଛି। କିନ୍ତୁ ଅନେକ ସ୍ଥାନରେ ପାଣ୍ଠିର ବ୍ୟବହାର ଉଦ୍ଦେଶ୍ୟ ବହିର୍ଭୂତ ହୋଇଥିବା ଦର୍ଶାଇଛି ଅଡିଟ୍‌।

ସୁନ୍ଦରଗଡ଼/କୋଇଡ଼ା: ଖଣି ଖନନରେ ଭିଟାମାଟି, ଜମି, ଜୀବନଜୀବିକା ହରାଇଥିବା ଲୋକଙ୍କ ବିକାଶ ପାଇଁ ଟଙ୍କା ଆସିଥିଲା। ଲକ୍ଷ୍ୟ ଥିଲା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ପ୍ରଭାବିତ ଅଞ୍ଚଳର ଜୀବନଧାରାରେ ପରିବର୍ତ୍ତନ ଆଣିବା। ହେଲେ ଖଣି ପ୍ରଭାବିତଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାରେ ଜିଲ୍ଲାପାଳଙ୍କ ବାସଭବନର ପାଠାଗାର ମରାମତି ଓ ଉଦ୍‌ଘାଟନ, ପୌରପାଳିକା କାର୍ଯ୍ୟାଳୟର ନବୀକରଣ, ପୁଲିସ ପାଟ୍ରୋଲିଂ ଗାଡ଼ିକିଣା, ବିଦ୍ୟାଳୟ କାର୍ଯ୍ୟକ୍ରମ କରାଯାଇଛି। ସିଏଜିଙ୍କ ସଦ୍ୟ ପ୍ରକାଶିତ ଅଡିଟ୍‌ ରିପୋର୍ଟ ଏଭଳି ସାଂଘାତିକ ଚିତ୍ର ସାମନାକୁ ଆଣିଛି।

୨୦୧୫-୧୬ରୁ ଏଯାଏଁ ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଲିଜ୍‌ଧାରୀଙ୍କଠାରୁ ଡିଏମ୍‌ଏଫ୍‌ ପାଇଁ ୯୫୦୭ କୋଟି ଟଙ୍କା ଆଦାୟ ହୋଇଥିଲା। ଏଥିରୁ ୧୩୧୩୫ କୋଟି ଟଙ୍କାର ପ୍ରକଳ୍ପ ଆବଣ୍ଟିତ ହୋଇଛି। କିନ୍ତୁ ଅନେକ ସ୍ଥାନରେ ପାଣ୍ଠିର ବ୍ୟବହାର ଉଦ୍ଦେଶ୍ୟ ବହିର୍ଭୂତ ହୋଇଥିବା ଦର୍ଶାଇଛି ଅଡିଟ୍‌। ସୁନ୍ଦରଗଡ଼ ଡିଏମ୍‌ଏଫ୍‌ର ମୋଟ ୯୯.୮୧ କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ ମଧ୍ୟରୁ ୨୫.୦୧ କୋଟି ଟଙ୍କା ଅନ୍ୟ କାର୍ଯ୍ୟରେ ଅନିୟମିତ ଭାବେ ବ୍ୟବହାର ହୋଇଥିବା ସିଏଜି ଦର୍ଶାଇଛନ୍ତି। ଏଥିରେ ରାଉରକେଲା ଏସ୍‌ପିଙ୍କୁ ୨୫ଟି ପାଟ୍ରୋଲିଂ ଗାଡ଼ି କିଣିବା ପାଇଁ  ୪.୬୩ କୋଟି ଟଙ୍କା ଦିଆଯାଇଥିଲା। ଆପତ୍ତି ପରେ ଏହି ଟଙ୍କା ଫେରସ୍ତ କରାଯାଇଥିଲେ ମଧ୍ୟ ୨୨.୫୩ ଲକ୍ଷ ସୁଧ ଫେରସ୍ତ ହୋଇନଥିବା ଅଡିଟ୍‌ରେ ଦର୍ଶାଯାଇଛି। କୋଭିଡ୍‌ ସମୟରେ ଡିଏମ୍‌ଏଫ୍‌ରୁ ୬୨ ଜଣ ଡାକ୍ତର, ଅନ୍ୟ ନିୟମିତ ତଥା ଠିକା କର୍ମଚାରୀଙ୍କୁ ୨.୬୫ କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯାଇଥିଲା। ଏ ନେଇ ସିଏଜି ଆପତ୍ତି କରିଛନ୍ତି। ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ହେବା ଉଚିତ ଥିଲା ବୋଲି କହିଛନ୍ତି। ସେହିପରି  ଖଣି ଓ ଶିଳ୍ପ ସଂସ୍ଥାର ୪୪,୧୨୦ ଜଣ ଶ୍ରମିକଙ୍କୁ ପିପିଇ କିଟ୍‌ ଯୋଗାଣରେ ୫୯.୧୩ କୋଟି ଟଙ୍କା ଖର୍ଚ୍ଚରେ ମଧ୍ୟ ସିଏଜି ଆପତ୍ତି ଉଠାଇ ତାହା ଖଣି ଓ ଶିଳ୍ପ ସଂସ୍ଥା ବହନ କରିବା କଥା ବୋଲି କହିଛନ୍ତି। ରାଉରକେଲା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଡିଏମ୍‌ଏଫ୍‌ରୁ ୧୩୬.୭୭ କୋଟି ଟଙ୍କା ଦିଆଯାଇଥିଲା। ଡିଏମ୍‌ଏଫ୍‌ ଅର୍ଥରେ ଏହି ଷ୍ଟାଡିୟମ୍‌ କରାଯିବାକୁ ସିଏଜି ଅନିୟମିତତା ବୋଲି ଦର୍ଶାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button