ଜାତୀୟ
Child Sale Case : ସୁନା ଚେନ୍,ମୋବାଇଲ ପାଇଁ ମାସକର ପୁଅକୁ ବିକ୍ରି; ଦମ୍ପତି ଗିରଫ, ଶିଶୁପୁତ୍ର ଉଦ୍ଧାର

ଛତ୍ରପତି ସମ୍ଭାଜୀନଗର,୩୦\୯ : ଛୁଆ ପାଇଁ ମା’ ର ସଂଘର୍ଷ ବିଷୟରେ ଅନେକ ଖବର ଆପଣ ଜାଣିଥିବେ । ହେଲେ ଏହାର ବିପରୀତ ମାମଲା ସାମ୍ନାକୁ ଆସିଛି । ନିଜର ଅୟାସି ପାଇଁ ଜଣେ ମା’ ତାଙ୍କ ଶିଶୁପୁତ୍ର ବିକ୍ରି କରିଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀନଗରରେ । ଏକ ଦମ୍ପତି ସୁନା ଚେନ୍, ମୋବାଇଲ୍ ପାଇଁ ସେମାନଙ୍କର ମାସକର ପୁଅକୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ସାମ୍ନାକୁ ଆସିଛି । ଘଟଣା ସଂପର୍କରେ ଜଣାପଡି଼ବା ପରେ ପୁଲିସ ଦମ୍ପତିଙ୍କୁ ଗିରଫ କରିଛି । ଛତ୍ରପତି ସମ୍ଭାଜୀନଗରଠାରୁ ୫୫୦ କିମି ଦୂର ହାଇଦ୍ରବାଦରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ପିଲାଟିକୁ ୪ ଜଣ କିଣାବିକା କରାଯାଇଥିବା ପୁଲିସ ପ୍ରକାଶ କରିଛି ।
ସୌଜନ୍ୟ ପ୍ରମେୟ




