ଜାତୀୟ

Smriti Irani: ସ୍ମୃତି ଇରାନୀଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରସ୍ତୁତି; ବିଜେପିରୁ ଚର୍ଚ୍ଚାରେ ୨୦ ନାଁ, ୩ ପ୍ରାର୍ଥୀ ଦେବ ଏସ୍‌ପି

ନୂଆଦିଲ୍ଲୀ,୩୦/୦୯; ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । ତା ପୂର୍ବରୁ ଦଳ ତାଙ୍କୁ ଉତ୍ତରପ୍ରଦେଶରୁ ରାଜ୍ୟସଭା ପଠାଇବା ଲାଗି ଯୋଜନା କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ୨୦୨୪ ଲୋକସଭା ନିର୍ବାଚନରେ ୟୁପିର ଆମେଥି ଆସନରୁ ସ୍ମୃତି କଂଗ୍ରେସ ପ୍ରାର୍ଥୀ କିଶୋର ଲାଲ ଶର୍ମାଙ୍କଠାପୁ ହାରିଥିଲେ । ସ୍ମୃତିଙ୍କ ବ୍ୟତୀତ ଆଉ କିଛି ନେତାଙ୍କୁ ରାଜ୍ୟସଭା ପଠାଇବା ଲାଗି ବିଜେପି ଯୋଜନା କରୁଥିବା ଜଣାପଡ଼ିଛି ।

ସୁତ୍ର ମୁତାବକ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହରିଶ ଦ୍ୱିବେଦୀ ଓ ସ୍ମୃତିଙ୍କ ନାମକୁ ନେଇ ବର୍ତ୍ତମାନ ବିଚାର କରାଯାଉଛି । ସେହିଭଳି ପୂର୍ବତନ ସାଂସଦ ବରୁଣ ଗାନ୍ଧୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିୟାନ, ପୂର୍ବତନ ସାଂସଦ ସତ୍ୟପାଲ ସିଂହ, ସୁରେଶ ରାଣା, ଅମିତ ମାଲବୀୟ, ପ୍ରକାଶ ପାଲ ଏବଂ ରାଜବୀର ସିଂହଙ୍କ ନାମକୁ ନେଇ ବି ଚର୍ଚ୍ଚା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିରୁ ବର୍ତ୍ତମାନ ବିଜେପି ପାଖରେ ୮ ଆସନ ରହିଛି । ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତାଙ୍କୁ ପୁନର୍ବାର ଉଚ୍ଚ ସଦନ ପଠାଇବା ଲାଗି ଆଲୋଚନା ଚାଲିଥିବା କୁହାଯାଉଛି ।

ନିକଟରେ ବିଜେପିର କୋର କମିଟି ବୈଠକରେ ରାଜ୍ୟସଭା ଏବଂ ବିଧାନ ପରିଷଦ (ଏମଏଲସି) ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟସଭାର ୮ଟି ଆସନ ପାଇଁ ୨୦ରୁ ଅଧିକ ନେତାଙ୍କ ନାମ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ ସ୍ମୃତି ଇରାନୀ, ହରିଶ ଦ୍ୱିବେଦୀ, ରେଖା ବର୍ମା, ଗୀତା ଶାକ୍ୟ, ରାଜବୀର ସିଂ ଓରଫ ରାଜୁ ଭୈୟା, ପ୍ରିୟଙ୍କା ରାୱତଙ୍କ ପରି ନାମ ରହିଛି । ଦଳକୁ ଏହି ନାମରୁ ୮ଜଣ ପ୍ରାର୍ଥୀ ଚୟନ କରିବାକୁ ପଡିବ । ତେବେ କୋର କମିଟି ବୈଠକରେ କୌଣସି ନାଁ ନେଇ ଚୂଡ଼ାନ୍ତ ସହମତି ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ପ୍ରାର୍ଥୀ ଚୟନ ପାଇଁ ଦଳର ଆଉ ଏକ ବୈଠକ ହୋଇପାରେ। କେବଳ ସେତେବେଳେ ବିଜେପି ପ୍ରାର୍ଥୀଙ୍କ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button