ରାଜ୍ୟ

Children: କୁପୋଷଣ କବଳରେ କୋମଳମତି ଶିଶୁ: ବରଗଡ଼ରେ ୧୦ ହଜାର ପିଲାଙ୍କ ସ୍ବାସ୍ଥ୍ୟ ଗଡ଼ବଡ଼

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା। ହେଲେ ଏହି ଜିଲ୍ଲାରେ ଏବେ ବି କୋମଳମତି ଶିଶୁଙ୍କ ଖାଦ୍ୟଥାଳିରେ ପୋଷଣର ଅଭାବ ବଡ଼ ଚିନ୍ତା ପାଲଟିଛି। କୁପୋଷଣ ଯୋଗୁଁ ଜିଲ୍ଲାର ପ୍ରାୟ ୧୦ ହଜାର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗଡ଼ବଡ଼ ହୋଇଥିବା ବିଭାଗୀୟ ତଥ୍ୟ କହୁଛି।

ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ଓଡ଼ିଶାର ଭାତହାଣ୍ଡି ବରଗଡ଼ଜିଲ୍ଲା। ହେଲେ ଏହି ଜିଲ୍ଲାରେ ଏବେ ବି କୋମଳମତି ଶିଶୁଙ୍କ ଖାଦ୍ୟଥାଳିରେ ପୋଷଣର ଅଭାବ ବଡ଼ ଚିନ୍ତା ପାଲଟିଛି। କୁପୋଷଣ ଯୋଗୁଁ ଜିଲ୍ଲାର ପ୍ରାୟ ୧୦ ହଜାର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗଡ଼ବଡ଼ ହୋଇଥିବା ବିଭାଗୀୟ ତଥ୍ୟ କହୁଛି। ବୟସ ଅନୁପାତରେ ଓଜନ ଓ ଉଚ୍ଚତା ବୃଦ୍ଧି ନ ହେବା ସହ ଶାରୀରିକ ବିକାଶରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ପରିବାର କୃଷି ଓ ଦିନମଜୁରି ଉପରେ ନିର୍ଭରଶୀଳ। ଆର୍ଥିକ ସମସ୍ୟା କାରଣରୁ ଶିଶୁଙ୍କ ଖାଦ୍ୟ ତାଲିକାରେ ଆବଶ୍ୟକ ପରିମାଣର ଡାଲି, ଅଣ୍ଡା, କ୍ଷୀର, ପନିପରିବା ଓ ଅନ୍ୟ ପୋଷଣଯୁକ୍ତ ଖାଦ୍ୟ ନିୟମିତ ଭାବେ ସାମିଲ ହୋଇ ପାରୁନାହିଁ। ଫଳରେ ଶିଶୁମାନେ ପୋଷକତତ୍ତ୍ୱରୁ ବଞ୍ଚିତ ହେଉଛନ୍ତି, ଯାହା ସେମାନଙ୍କ ଶାରୀରିକ ବିକାଶରେ ବାଧା ସୃଷ୍ଟି କରୁଛି।

ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ ସମେତ ବରଗଡ଼ ସହରାଞ୍ଚଳରେ ମୋଟ ୨ ହଜାର ୯୧୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଚଳିତ ବର୍ଷ ଏହି କେନ୍ଦ୍ରରେ ପ୍ରାକ୍‌ ଶିକ୍ଷାଦାନ ଲାଭ କରୁଥିବା ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାୟ ୮୧ ହଜାର ପିଲାଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ୧୦ ହଜାରରୁ ଅଧିକ ପିଲାଙ୍କ ସ୍ବାସ୍ଥ୍ୟ ଗଠନରେ ଅସମାନତା ରହିଥିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ୩୭୭ ଶିଶୁ ଗୁରୁତର ଅପପୁଷ୍ଟି (ସାମ୍‌) ଶିକାର ହୋଇଥିବା ବେଳେ ୧୪୩୬ ମଧ୍ୟମଧରଣ ଅପପୁଷ୍ଟି (ମାମ୍‌)ରେ ପୀଡ଼ିତ ରହିଛନ୍ତି। ସେହିପରି ୮୩୪ ପିଲାଙ୍କ ଓଜନ ମାତ୍ରାଧିକ କମ୍‌ ଥିବା ବେଳେ ୬ ହଜାର ୫୬୮ ପିଲାଙ୍କ ଓଜନ ସ୍ବାଭାବିକଠାରୁ କମ୍‌ ରହିଛି। ଅନ୍ୟପଟେ ୨୬୨ ପିଲା ମେଦବହୁଳତାର ଶିକାର ହୋଇଥିବା ବେଳେ ୫୫୯ ପିଲାଙ୍କ ଓଜନ ଅଧିକ ରହିଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button