ମନୋରଞ୍ଜନ

Conclusion: ଉପଭୋଗ୍ୟ ପରିସମାପ୍ତି

ଅକ୍‌ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଭାବେ ସର୍ବତ୍ର ପ୍ରସିଦ୍ଧ। ତେବେ ସାମାଜିକ ଗଣମାଧ୍ୟମର ମିମ୍ ସଂସ୍କୃତି ସହ ପରିଚିତ ଚଳଚ୍ଚିତ୍ରପ୍ରେମୀଙ୍କୁ ପଚାରିଲେ ସେମାନେ କହିବେ ଯେ ଏହି ଦିନ ଘଟିଥିବା ଆଉ ଏକ ଉଲ୍ଲେଖନୀୟ ଘଟଣା ସେମାନଙ୍କର ମନେ ଅଛି।

ଅକ୍‌ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଭାବେ ସର୍ବତ୍ର ପ୍ରସିଦ୍ଧ। ତେବେ ସାମାଜିକ ଗଣମାଧ୍ୟମର ମିମ୍ ସଂସ୍କୃତି ସହ ପରିଚିତ ଚଳଚ୍ଚିତ୍ରପ୍ରେମୀଙ୍କୁ ପଚାରିଲେ ସେମାନେ କହିବେ ଯେ ଏହି ଦିନ ଘଟିଥିବା ଆଉ ଏକ ଉଲ୍ଲେଖନୀୟ ଘଟଣା ସେମାନଙ୍କର ମନେ ଅଛି। ତାହା ହେଲା- ବିଜୟ ସଲଗାଁଓକରଙ୍କ ପରିବାର କିପରି ପଞ୍ଜିମ୍‌କୁ ଯାଇ ସତ୍‌ସଙ୍ଗରେ ଯୋଗ ଦେଇଥିଲେ। ଏକ ଦଶନ୍ଧି ତଳେ ମୁକ୍ତିଲାଭ କରିଥିବା ‘ଦୃଶ୍ୟମ୍’ ଚଳଚ୍ଚିତ୍ରର ଏହି ସଂଳାପଟି କାହାଣୀ କଥନର ଏକ ଗୂଢ଼ ବାସ୍ତବତାକୁ ପ୍ରତିପାଦିତ କରିଥିଲା। ତାହା ହେଲା- କାହାଣୀ ମିଛ ନା ସତ ତାହା ପ୍ରକୃତରେ ଗୁରୁତ୍ବହୀନ; ତାକୁ କିଏ ଓ କେମିତି କହୁଛି ତାହା ହିଁ ଲୋକଙ୍କୁ ପ୍ରଭାବିତ କରିଥାଏ। ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ପରି ଚଳଚ୍ଚିତ୍ର କାହାଣୀ ଲେଖକମାନେ ମଧ୍ୟ ଏହି କଥାଟିକୁ ବେଶ୍‌ ଭଲ ଭାବେ ହୃଦୟଙ୍ଗମ କରିଥା’ନ୍ତି।

ତେବେ ଆତ୍ମସଚେତନତା ଯେ ସବୁବେଳେ ପରଦା ଉପରେ କୁହୁକ ସୃଷ୍ଟି କରିବ ତାହାର କୌଣସି ଗ୍ୟାରେଣ୍ଟି ନ ଥାଏ। ତେବେ ‘ଦୃଶ୍ୟମ୍’ ଚଳଚ୍ଚିତ୍ରର ତିନିଟିଯାକ ଭାଗରେ କାହାଣୀର ବିଶ୍ବସନୀୟତା ଓ ପ୍ରଭାବକୁ ଯେଉଁଭଳି ଉଜ୍ଜୀବିତ ରଖାଯାଇପାରିଛି ତାହା ଏକ ବିରଳ ହ୍ୟାଟ୍ରିକ୍ ବୋଲି କହିବା ଭୁଲ୍ ହେବ ନାହିଁ। ‘ଦୃଶ୍ୟମ୍: ଦି କନ୍‌କ୍ଲୁଜନ୍’ ଚଳଚ୍ଚିତ୍ର ଏଥିପାଇଁ ଅଧିକ ପ୍ରଶଂସନୀୟ ଯେ ଏହାକୁ ପୂର୍ବ ଦୁଇ ଭାଗ ଭଳି ମାଲୟାଲମ୍ ଚଳଚ୍ଚିତ୍ରର ଆକ୍ଷରିକ ରିମେକ୍‌ ଭାବରେ ପ୍ରସ୍ତୁତ କରାଯାଇନାହିଁ। ଏହାର କାହାଣୀ ସଂପୂର୍ଣ୍ଣ ମୌଳିକ। ଅର୍ଥାତ୍‌ ଏହାକୁ ଏକ ଖାଣ୍ଟି ବଲିଉଡ୍‌ ଚଳଚ୍ଚିତ୍ର ବୋଲି କହି ହେବ। ସେଥିପାଇଁ ଏହାର ନାମ ‘ଦୃଶ୍ୟମ୍ ୩’ ବଦଳରେ ‘ଦୃଶ୍ୟମ୍: ଦି କନ୍‌କ୍ଲୁଜନ୍’ ରଖାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button