ଦେଶ ବିଦେଶ

Congress: କଂଗ୍ରେସରେ ପୁଣିଥରେ ଯୋଗ ଦେବା ପାଇଁ ମମତାଙ୍କୁ ନିମନ୍ତ୍ରଣ କଲେ ଅଧୀର

ଗୁରୁତ୍ବପୂର୍ଣ୍ଣ ଇଣ୍ଡିମେଣ୍ଟ ବୈଠକର ଦିନକ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ କଂଗ୍ରେସ ଦଳରେ ଯୋଗ ଦେବା ପାଇଁ କହିଛନ୍ତି।

ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଇଣ୍ଡିମେଣ୍ଟ ବୈଠକର ଦିନକ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ କଂଗ୍ରେସ ଦଳରେ ଯୋଗ ଦେବା ପାଇଁ କହିଛନ୍ତି। ମମତା ତାଙ୍କର ସମସ୍ତ ବିଧାୟକ ଓ ସାଂସଦମାନଙ୍କ ସହ କଂଗ୍ରେସରେ ଯୋଗ ଦେବାପାଇଁ ଅଧୀର କହିଛନ୍ତି। କିନ୍ତୁ ଅଧୀରଙ୍କର ଏହି ନିମନ୍ତ୍ରଣ ସହ ଏକ ସର୍ତ୍ତ ରହିଛି ଏବଂ ତାହା ହେଉଛି ମମତାଙ୍କୁ ତାଙ୍କ ପୁତୁରା ତଥା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଛାଡ଼ି କଂଗ୍ରେସ ଦଳକୁ ଆସିବାକୁ ପଡ଼ିବ।

ଅଧୀର ମଧ୍ୟ କଂଗ୍ରେସ ସହ ମମତାଙ୍କ ଦଳର ମିଶ୍ରଣ ନେଇ କଂଗ୍ରେସ ହାଇକମାଣ୍ଡ୍‌ଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମମତା ନନ୍ଦୀଗ୍ରାମ ପରି ରେଜିନଗର‌ରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଉଚିତ। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିମେଣ୍ଟରେ ଆଶ୍ରୟ ନେଇଥିବାରୁ ସେ କଂଗ୍ରେସ ଦଳରେ ଯୋଗ ଦେବା ଉଚିତ ବୋଲି ଅଧୀର କହିଛନ୍ତି। ପଶ୍ଚିମବଙ୍ଗରେ ଆମେ ତାଙ୍କ ସହ କାମ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button