Dead: ଟୁଙ୍କି ଜଳପ୍ରପାତରେ ଗାଧୋଇଥିଲେ; ବୁଡି଼ି ବିଦ୍ଯୁତ କର୍ମଚାରୀ
ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍କି ଜଳପ୍ରପାତରେ ବୁଡ଼ି ମଙ୍ଗଳବାର ଦିନ ଜଣେ ବିଦ୍ୟୁତ କର୍ମଚାରୀ ଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଅଭିଷେକ ସିଂହ (୩୦)। ଘର ବିହାର ବୋଲି ଜଣା ପଡ଼ିଛି। ସେ ତିନି ବର୍ଷରୁ ଊର୍ଦ୍ଧ୍ବ ହେବ ମୟୂରଭଂଜ ଜିଲ୍ଲା ଉଦଳା ବିଦ୍ଯୁତ...

କୁଆମରା: ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍କି ଜଳପ୍ରପାତରେ ବୁଡ଼ି ମଙ୍ଗଳବାର ଦିନ ଜଣେ ବିଦ୍ୟୁତ କର୍ମଚାରୀ ଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଅଭିଷେକ ସିଂହ (୩୦)। ଘର ବିହାର ବୋଲି ଜଣା ପଡ଼ିଛି। ସେ ତିନି ବର୍ଷରୁ ଊର୍ଦ୍ଧ୍ବ ହେବ ମୟୂରଭଂଜ ଜିଲ୍ଲା ଉଦଳା ବିଦ୍ଯୁତ ସବଡିଭିଜନ ଅଫିସରେ ବିଲିଂ ଲିଡର ଭାବେ କାର୍ଯ୍ୟ କରିବା ସହ ଅନ୍ଯାନ୍ଯ ରେକର୍ଡ ପତ୍ର କାର୍ଯ୍ୟ କରିଆସୁଥିଲେ।
ଆଜି ବିଦ୍ଯୁତ ବିଭାଗର ୪ ଜଣ କର୍ମଚାରୀ ଟୁଙ୍କି ଜଳପ୍ରପାତ ବୁଲିବାକୁ ଯାଇଥିଲେ। ସେଠାରେ ସମସ୍ତେ ଜଳପ୍ରପାତରେ ଗାଧୋଇଥିଲେ। ତେବେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଅଭିଷେକ ଜଳ ପ୍ରପାତର ଗଭୀର ଜଳ ମଧ୍ୟ କୁ ଚାଲିଯାଇ ଆଉ ସେଠାରୁ ବାହାରି ପାରି ନଥିଲେ। ସାଥୀ କର୍ମଚାରୀ ମାନେ ଚେଷ୍ଟା କରି ଖୋଜି ପାଇବା ରେ ବିଫଳ ହେବା ପରେ ପଳାଇ ଆସିଥିଲେ। ଅପରାହ୍ନରେ ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ କର୍ମଚାରୀ ରମେଶ ଚନ୍ଦ୍ର ପ୍ରଧାନ, ନବୀନ ନାଏକ, ଅଭିମନ୍ୟୁ ଦେହୁରୀ, ବିଶ୍ବନାଥ ଦାସ, ଚନ୍ଦ୍ର ଶେଖର ସାହୁ, ରାଜେଶ ପ୍ରଧାନ ପ୍ରମୁଖ ଗଭୀର ପାଣି ମଧ୍ୟରେ ପଶି ଅଧଘଣ୍ଟାଏ କାଳ କସରତ କରିବା ପରେ ଉଦ୍ଧାର କରିଥିଲେ।
ତେବେ ସେତେବେଳକୁ ମୃତ୍ୟୁ ଘଟିସାରିଥିଲା। ଖୁଣ୍ଟା ଡାକ୍ତରଖାନା ରେ ଡ଼ଃ ଅଭିଷେକ କୁଂ ମୃତ ଘୋଷଣା କରିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରକାଶ ଥାଉ କି ୨୦୨୫ ଅକ୍ଟୋବର ମାସ ୧୮ ତାରିଖରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ବର୍ଷେ ପରେ ପୁଣି ଆଉ ଜଣଙ୍କର ମୃତ୍ୟୁ ଖବର ଅଞ୍ଚଳ ଲୋକଙ୍କୁ ବ୍ଯଥିତ କରିଛି। ତେବେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ଏଠାରେ କୈଣସି ସତର୍କ ସୂଚନା କିମ୍ବା କଟକଣା ତଥା ସରକାର ଙ୍କର ଗାଇଡ ଲାଇନ ନରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




