ବେତନଟୀ: ସୋମବାର ସକାଳୁ ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର ମୁନିଲାଲ ହାଇସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଯୁଗପୁରା ଗ୍ରାମର ଜଣେ ଲୋକପ୍ରିୟ ଶିକ୍ଷକ ତଥା ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଶରତ କୁମାର ମହାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଦିଗାନଗର ଗ୍ରାମର ଯତୀଶ ସିଂ ଗୁରୁତର l
ମୃତକ ଜଣେ ଜନପ୍ରିୟ ଶିକ୍ଷକ
ସୂଚନା ଅନୁଯାୟୀ ଶରତ ମହାନ୍ତ ମହୁରୀ ଗ୍ରାମରୁ ବାହାରି ବୈଶିଙ୍ଗା ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗରୁ ଯତୀଶ ସିଂ ଅନ୍ୟ ଏକ ବାଇକରେ ଦ୍ରୁତ ଗତିରେ ଆସି ତାଙ୍କୁ ଶକ୍ତ ଧକ୍କା ଦେଇଥିଲେ l ଖବର ପାଇ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଂଚି ଉଭୟଙ୍କୁ ଉଭୟଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ l ହେଲେ ସେଠାରେ ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଥିଲେ l ଶରତ ମହାନ୍ତ ସ୍ଥାନୀୟ ଅଂଚଳର ଜଣେ ଜନପ୍ରିୟ ଶିକ୍ଷକ ଥିଲାବେଳେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ମଧ୍ୟ ଥିଲେ l ତାଙ୍କ ମୃତ୍ୟୁରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିବାବେଳେ ତାଙ୍କୁ ଦେଖିବା ପାଇଁ ବୈଶିଙ୍ଗା ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇଯାଇଛି l ପୁଲିସ ଉଭୟ ବାଇକ ଜବତ ପୂର୍ବକ ଘଟଣାର ତଦନ୍ତ ଆରମ୍ଭ କରିଛି l
ସୌଜନ୍ୟ ସମ୍ବାଦ

