ଜିଲ୍ଲାରାଜ୍ୟ

Debasnana Purnima: ପ୍ରାକୃତିକ ଦ୍ରବ୍ୟରେ କେନ୍ଦୁଝରରେ ଅନୁଷ୍ଠିତ ହେଲା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦୁଝରରେ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ଅନୁଷ୍ଠିତ ହେଲା ଶ୍ରୀଜୀଉଙ୍କର ଦେବସ୍ନାନ ପୂର୍ଣ୍ଣିମା । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା ।

କେନ୍ଦୁଝର: କେନ୍ଦୁଝରରେ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ଅନୁଷ୍ଠିତ ହେଲା ଶ୍ରୀଜୀଉଙ୍କର ଦେବସ୍ନାନ ପୂର୍ଣ୍ଣିମା । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ଲୁଗାଲାଗି, ଏହାପରେ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା ସୁଭଦ୍ରା ଓ ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ସହ ଶୂନ୍ୟ ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ।

ସ୍ନାନମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ଵର୍ଣ୍ଣପାତ୍ରରେ ଥିବା ସୁବାସିତ ଜଳରେ ପ୍ରଭୁଙ୍କୁ ସ୍ନାନ ବିଧି ସମ୍ପନ୍ନ କରାଯାଇଥିଲା । ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ଗରା , ସୁଭଦ୍ରାଙ୍କୁ ୨୨ , ଜଗନ୍ନାଥଙ୍କୁ ୩୩ ଓ ସୁଦର୍ଶନଙ୍କୁ ୧୮ଗରା ଜଳରେ ସ୍ନାନ କରାଯାଇଥିଲା । ଏହାପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ଏଠାରେ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥାଏ । ପ୍ରଭୁଙ୍କର ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button