Dilip Raj: କନ୍ନଡ ଅଭିନେତା- ପ୍ରଯୋଜକ ଦୀଲିପ୍‌ ରାଜ୍‌ଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପ୍ରଯୋଜକ ଦୀଲିପ୍‌ ରାଜଙ୍କର ବୁଧବାର ପ୍ରତ୍ୟୁଷରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ହୃଦ୍‌ଘାତ ଆସିବା ପରେ ତୁରନ୍ତ ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନଥିଲେ। ଦିଲୀପ୍‌ ରାଜ୍‌ଙ୍କ ପରଲୋକ କର୍ଣ୍ଣାଟକ ମନୋରଞ୍ଜନ ଜଗତ ପାଇଁ ଶକ୍ତ ଆଘାତ ପରି ହୋଇଛି। କଳାକାର, ସହ କଳାକାର, ପ୍ରଶଂସକ ଓ ଅନ୍ୟମାନେ ଜଣେ ପ୍ରତିଭାଶାଳୀ ଅଭିନେତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି।

ଦୀଲିପ୍‌ ରାଜଙ୍କର ହୃଦ୍‌ଘାତରେ ପରଲୋକ

୧୯୭୮ ମସିହା ସେପ୍ଟେମ୍ବର ୨ ତାରିଖରେ ଦିଲୀପ୍‌ ରାଜ ଜନ୍ମଗ୍ରହଣ କରିଥି‌ଲେ। ଟିଭି, ଥିଏଟର, ଫିଲ୍ମ ଓ ପ୍ରଯୋଜନା ସହିତ କନ୍ନଡ଼ ମନୋରଞ୍ଜନ ଶିଳ୍ପ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ଟିଭି ପୂର୍ବରୁ ଥିଏଟର ଓ ମଞ୍ଚ କଳାକାର ଭାବେ ତାଙ୍କର ଖୁବ ଲୋକପ୍ରିୟତା ରହିଥିଲା। କନ୍ନଡ ସିନେମା ଏବଂ ଟେଲିଭିଜନରେ ତାଙ୍କର ଅବଦାନକୁ ପ୍ରଶଂସକ ଏବଂ ସହକର୍ମୀମାନେ ସର୍ବଦା ମନେ ରଖିବେ।

 

 

 

ସୌଜନ୍ୟ ସମ୍ବାଦ