ଦେଶ ବିଦେଶ

Earthquake : କଲମ୍ବିଆରେ ୭.୪ ତୀବ୍ରତାର ଭୂମିକମ୍ପ

ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ପଶ୍ଚିମ କଲମ୍ବିଆରେ ହୋଇଥିବା ୭.୪ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପର ପ୍ରଭାବ ଦେଶର ଏକାଧିକ ସହର ଓ ଭେନେଜୁଏଲା ସୀମାରେ ଅନୁଭୂତ ହୋଇଛି।

ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପହୋଇଛି। ପଶ୍ଚିମ କଲମ୍ବିଆରେ ହୋଇଥିବା ୭.୪ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପର ପ୍ରଭାବ ଦେଶର ଏକାଧିକ ସହର ଓ ଭେନେଜୁଏଲା ସୀମାରେ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ୭ଟା ୩୪ ମିନିଟରେ ହୋଇଥିବା ଉକ୍ତ ଭୂମିକମ୍ପର କେନ୍ଦ୍ରସ୍ଥଳ ସାନ ଜୋସ ଡେଲ୍‌ ପଲମାରରେ ଭୂପୃଷ୍ଠରୁ ୧୦୭ କିମି ଗଭୀରରେ ରହିଥିଲା ବୋଲି ଆମେରିକାର ଭୂତାତ୍ତ୍ବିକ ସର୍ଭେ ବିଭାଗ ପକ୍ଷରୁ କୁହାଯାଇଛି।

ରାଜଧାନୀ ‌ବୋଗୋଟାଠାରୁ ଏହାର ଦୂରତା ପ୍ରାୟ ୨୮୦ କିଲୋମିଟର। ରାଜଧାନୀ ବୋଗୋଟାରେ ଭୂମିକମ୍ପ ଜୋର୍‌ରେ ଅନୁଭୂତ ହୋଇଛି। କୋଠାରୁ ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତାହତ ଓ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ। ତେବେ କେତେକ କୋଠାରେ ଫାଟ ଦେଖିବାକୁ ମିଳିଛି ବୋଲି ବୋଗୋଟା ମେୟାର କାଲୋର୍ସ ଗଲାନ୍‌ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍‌ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button