Eight pilgrims killed : ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା; ୮ ଶ୍ରଦ୍ଧାଳୁ ମୃତ

କୁର୍ନୁଲ: ଆନ୍ଧ୍ର ପ୍ରଦେଶର କର୍ନୁଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଶ୍ରଦ୍ଧାଳୁମାନେ କର୍ଣ୍ଣାଟକର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣା କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ସୀମା ନିକଟରେ କୁର୍ନୁଲ ଜିଲ୍ଲାର ଧର୍ମପୁର ଟୋଲ୍ ପ୍ଲାଜାଠାରୁ ପ୍ରାୟ ୮-୯ କିଲୋମିଟର ଦୂରରେ ଜାତୀୟ ରାଜପଥ ୧୬୭ରେ ଘଟିଥିଲା। ଏକ ପିକ୍‌ଅପ୍‌ ଗାଡ଼ିରେ ଶ୍ରଦ୍ଧାଳୁ ମନ୍ତ୍ରଣାଳୟମରେ ଥିବା ଶ୍ରୀ ଗୁରୁ ରାଘବେନ୍ଦ୍ର ସ୍ୱାମୀ ମନ୍ଦିରକୁ ଯାଉଥିଲେ। ତେବେ କଂକ୍ରିଟ୍ ଟ୍ୟାଙ୍କର୍ ଲରି ସହିତ ପିକ୍‌ଅପ୍‌ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ମହିଳା, ଜଣେ ତିନି ବର୍ଷର ଝିଅ ଓ ଦୁଇଜଣ ପୁରୁଷ ଅଛନ୍ତି। ଦୁର୍ଘଟଣା ସମୟରେ ପିକ୍‌ଅପ୍‌ ଗାଡ଼ିରେ ୨୧ ଜଣ ଶ୍ରଦ୍ଧାଳୁ ଥିଲେ। ଆହତ ୧୦ ଜଣଙ୍କୁ ଚିକିତ୍ସା ପାଇଁ ୟେମ୍ମିଗାନୁର୍‌ର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାକୁ ନେଇ ମନ୍ତ୍ରୀ ଟିଜି ଭରତ ଗୁପ୍ତା ଓ ବିସି ଜନାର୍ଦ୍ଦନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି।

 

 

ସୌଜନ୍ୟ ସମ୍ବାଦ