Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ
ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଆଦିର ଯାଂଚ କାମ ଆରମ୍ଭ ହୋଇଛି। ଯେଉଁ ଛାତ୍ରଛାତ୍ରୀ ମାନେ ପରିଚୟ ପତ୍ର ନେଇ ନଥିଲେ ସେମାନେ ଆସି କାଉଣ୍ଟରର ନେବା ପାଇଁ...

ନବରଙ୍ଗପୁର (ସୁରେଶ ନାଇଡୁ): ଛାତ୍ର ସଂସଦ ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଆଦିର ଯାଂଚ କାମ ଆରମ୍ଭ ହୋଇଛି। ଯେଉଁ ଛାତ୍ରଛାତ୍ରୀ ମାନେ ପରିଚୟ ପତ୍ର ନେଇ ନଥିଲେ ସେମାନେ ଆସି କାଉଣ୍ଟରର ନେବା ପାଇଁ ଆବେଦନପତ୍ର ଆଦି ଦେବା ଆରମ୍ଭ କରିଛନ୍ତି। ଧୀରେଧୀରେ ଉଷ୍ମତା ବଢ଼ିବାରେ ଲାଗିଛି। ପ୍ରଥମ କରି ୮ବର୍ଷ ପରେ ୧୦ହଜାର ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେବେ।
ନବରଂଗପୁର ଜିଲ୍ଲାର ନବରଙ୍ଗପୁର କଲେଜ, ସ୍ନାତକ ଆଦର୍ଶ ମହାବିଦ୍ୟାଳୟ, ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟ, ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ, ଉମରକୋଟ ମହାବିଦ୍ୟାଳୟରେ ପ୍ରତ୍ୟେକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ତେନ୍ତୁଳିଖୁଣ୍ଟି, ରାଇଘର, କୋଷାଗୁମୁଡା ଓ ଝରିଗାଁ ମୋଡଲ ଡିଗ୍ରି କଲେଜରେ ନିର୍ବାଚନ ବଦଳରେ ମନୋନୟନ କରି ଛାତ୍ରସଂସଦ ଗଠନ କରାଯିବ। ଜିଲ୍ଲାର ସର୍ବପୁରାତନ ନବରଙ୍ଗପୁର କଲେଜରେ ୧୪୧୯, ସ୍ନାତକ ଆଦର୍ଶ ମହାବିଦ୍ୟାଳୟରେ ୧୬୫୦, ମହିଳା ମହାବିଦ୍ୟାଳୟରେ ୭୫୦, ଉମରକୋଟ ମହାବିଦ୍ୟାଳୟରେ ୧୪୦୦, ଡାବୁଗାଁ ଭୌରବ ମହାବିଦ୍ୟାଳୟରେ ୬୯୮ ପିଲା ଭୋଟ ଦେବେ।
ସେଭଳି ଅନ୍ୟ ୪ଟି ଆଦର୍ଶ ବିଦ୍ୟାଳୟର ସ୍ନାତକ ପିଲା ବି ନିର୍ବାଚନରେ ନିଜ ମତ ଦେବେ ବୋଲି ସୂଚନା ମିଳିଛି। ଆଜି ନବରଙ୍ଗପୁର ମହାବିଦ୍ୟାଳୟରୁ ୧୨ଟି ନାମାଙ୍କନପତ୍ର ଛାତ୍ରନେତା ମାନେ କିଣି ନେଇଥିବା କହିଛନ୍ତି ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡି.ଗୋବିନ୍ଦ ରାଓ। ସେଭଳି ମଧ୍ୟ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ତେବେ ଦୀର୍ଘ ୮ ବର୍ଷ ପରେ ହେବାକୁ ଥିବା ଏହି ଛାତ୍ର ସଂସଦ ନିର୍ବାଚନ କେବେ ହେବ ଏବଂ ନିର୍ବାଚନ ପ୍ରକ୍ରିୟା କିପରି ରହିବ, ତାହାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ରହିଛି। ଅପରପକ୍ଷରେ ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ନିର୍ବାଚନକୁ ପରିଚାଳନା କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ମନସା ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ପକ୍ଷରୁ ସବୁ କଲେଜରେ ପ୍ରାର୍ଥୀ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମନୋହର ରନ୍ଧାରୀ।
ସୌଜନ୍ୟ ସମ୍ବାଦ




