ଦେଶ ବିଦେଶ

Election: ଫର୍ମ-୬ରେ ପରିବର୍ତ୍ତନ ‘ବେଆଇନ’: ପୂର୍ବତନ ସିଇସି ଓପି ରାୱତ

ନିର୍ବାଚନ କମିସନରେ ଦୁଇ ନିର୍ବାଚନ କମିସନର ଓ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରେ ମତଭେଦ ନେଇ ଚର୍ଚ୍ଚା ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓପି ରାୱତ ଏହାକୁ ‘ଅତ୍ୟନ୍ତ ଗମ୍ଭୀର’ ଓ ‘ଦୁର୍ଭାଗ୍ୟଜନକ’ ବୋଲି କହିଛନ୍ତି।

ନୂଆଦିଲ୍ଲୀ: ନିର୍ବାଚନ କମିସନରେ ଦୁଇ ନିର୍ବାଚନ କମିସନର ଓ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରେ ମତଭେଦ ନେଇ ଚର୍ଚ୍ଚା ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓପି ରାୱତ ଏହାକୁ ‘ଅତ୍ୟନ୍ତ ଗମ୍ଭୀର’ ଓ ‘ଦୁର୍ଭାଗ୍ୟଜନକ’ ବୋଲି କହିଛନ୍ତି। ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ବୈଧାନିକ ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନକୁ ସେ ‘ସମ୍ପୂର୍ଣ୍ଣ ଭୁଲ୍‌ ଓ ବେଆଇନ’ ବୋଲି ଅଭିହିତ କରିଛନ୍ତି।

ଏହି ମତାମତ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ଆପତ୍ତି ସମ୍ପର୍କିତ ଏକ ରିପୋର୍ଟ ପରେ ଆସିଛି। ରିପୋର୍ଟ ଅନୁସାରେ, ଗତ ୧୦ ମାସରେ ଉଭୟ ଅନ୍ୟୂନ ୧୪ ଥର ନିର୍ବାଚନ କମିସନଙ୍କ ନାମରେ ଜାରି ନିଷ୍ପତ୍ତି ଓ ନିର୍ଦ୍ଦେଶ ଉପରେ ଆପତ୍ତି ଜଣାଇଥିଲେ। ସେମାନଙ୍କ କହିବା ଅନୁସାରେ, କେତେକ ନିଷ୍ପତ୍ତି ତାଙ୍କ ଅନୁମୋଦନ ବିନା ଜାରି ହୋଇଥିଲା। ଭୋଟରଙ୍କ ନାମ ପଞ୍ଜୀକରଣ ଓ ବାଦ୍‌ ଦେବା, ଫର୍ମ-୬ରେ ପରିବର୍ତ୍ତନ ଏବଂ ଭୋଟର ତଥ୍ୟଭଣ୍ଡାର ପରିଚାଳନା ଭଳି ପ୍ରସଙ୍ଗ ଏଥିରେ ରହିଥିଲା।

ଫର୍ମ-୬ ପରିବର୍ତ୍ତନକୁ ନେଇ ମଧ୍ୟ ଦୁଇ କମିସନର ଆପତ୍ତି ଉଠାଇଥିବା ରିପୋର୍ଟ ପ୍ରକାଶ ପାଇଛି। ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ଏହି ଫର୍ମ ବ୍ୟବହୃତ ହୁଏ। ସ୍ପେସାଲ୍‌ ଇଣ୍ଟେନ୍ସିଭ୍‌ ରିଭିଜନ୍‌ ବା ଏସ୍‌ଆଇଆର୍‌ ସହ ଜଡ଼ିତ କେତେକ ତଥ୍ୟ ଏହି ଫର୍ମରେ ଯୋଡ଼ାଯାଇଥିଲା। ନୂଆ ଆବେଦନକାରୀଙ୍କୁ ତାଙ୍କ ନାମ କିମ୍ବା ମାତାପିତା ଅଥବା ଜେଜେବାପା-ଜେଜେମା’ଙ୍କ ନାମ ପୂର୍ବର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ଘୋଷଣା କରିବାକୁ କୁହାଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button