ରାଜ୍ୟ
Elephant Dies in Illegal Electric Trap ବିଦ୍ୟୁତ୍ ଫାଶରେ ପଡ଼ି ଦନ୍ତା ମୃତ, ୩ ଶିକାରୀ ଗିରଫ
ଅନୁଗୋଳ ହଣ୍ଡପା ରେଞ୍ଜର ଝିଲ୍ଲୀମୁଣ୍ଡା ଜଙ୍ଗଲରେ ବାର୍ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ୧୦ ବର୍ଷୀୟ ଦନ୍ତାହାତୀର ମୃତ୍ୟୁ। ଘଟଣାରେ ୩ ଜଣ ଗିରଫ, ତଦନ୍ତ ଜାରି।

ପାଇକସାହି/ବଇଣ୍ଡା: ଅନୁଗୋଳ ହଣ୍ଡପା ରେଞ୍ଜ ଅନ୍ତର୍ଗତ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ବାର୍ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ହାତୀଟିର ବୟସ ୧୦ ବର୍ଷ ହେବ। ଏହି ଘଟଣାରେ ସଂପୃକ୍ତ ୪ ଜଣ ଶିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ବନ ବିଭାଗ କହିଛି।
ସୌଜନ୍ୟ ସମ୍ବାଦ




