Female Coaches Mandatory in FIFA: ଫିଫା ପ୍ରତିଯୋଗିତାରେ ମହିଳା ପ୍ରଶିକ୍ଷକ ରହିବା ବାଧ୍ୟତାମୂଳକ….

ବିଶ୍ବ ଫୁଟ୍‌ବଲ୍‌ର ସର୍ବୋଚ୍ଚ ସଂସ୍ଥା ଫିଫା ଏକ ନୂଆ ନିୟମ ଲାଗୁ କରିଛି। ଏଣିକି ମହିଳା ପ୍ରତିଯୋଗିତା ଖେଳୁଥିବା ଦଳଗୁଡ଼ିକରେ ଅତିକମରେ ଜଣେ ମୁଖ୍ୟ କିମ୍ବା ସହକାରୀ ମହିଳା ପ୍ରଶିକ୍ଷକ ରହିବେ।

ନ୍ୟୁୟର୍କ, ୨୦ /୩: ବିଶ୍ବ ଫୁଟ୍‌ବଲ୍‌ର ସର୍ବୋଚ୍ଚ ସଂସ୍ଥା ଫିଫା ଏକ ନୂଆ ନିୟମ ଲାଗୁ କରିଛି। ଏଣିକି ମହିଳା ପ୍ରତିଯୋଗିତା ଖେଳୁଥିବା ଦଳଗୁଡ଼ିକରେ ଅତିକମରେ ଜଣେ ମୁଖ୍ୟ କିମ୍ବା ସହକାରୀ ମହିଳା ପ୍ରଶିକ୍ଷକ ରହିବେ।

ଗୁରୁବାର ଫିଫା ପରିଷଦ ପକ୍ଷରୁ ଏହି ନୂଆ ନିୟମକୁ ମଂଜୁରୀ ଦିଆଯାଇଛି। ଏହା ଚଳିତ ବର୍ଷର ୧୭ ବର୍ଷରୁ କମ, ୨୦ ବର୍ଷରୁ କମ ମହିଳା ବିଶ୍ବକପ୍‌ରେ ଲାଗୁ ହେବ। ସେହିପରି ଆସନ୍ତା ବର୍ଷ ବ୍ରାଜିଲ୍‌ରେ ହେବାକୁ ଥିବା ମହିଳା ବିଶ୍ବକପ୍‌ରେ ବି ଏହି ନିୟମ ଲାଗୁ ହେବ।

ଅନ୍ତର୍ଜାତୀୟ ମହିଳା ଫୁଟବଲରେ ଯଥେଷ୍ଟ ମହିଳା ପ୍ରଶିକ୍ଷକ ନାହାନ୍ତି

ଫିଫାର ମୁଖ୍ୟ ଫୁଟବଲ୍‌ ଅଧିକାରୀ ଜିଲ୍‌ ଏଲିସ୍‌ କହିଛନ୍ତି ଯେ ଅନ୍ତର୍ଜାତୀୟ ମହିଳା ଫୁଟବଲରେ ଏବେ ଯଥେଷ୍ଟ ସଂଖ୍ୟକ ମହିଳା ପ୍ରଶିକ୍ଷକ ନାହାନ୍ତି। ଆମକୁ ମହିଳା ପ୍ରଶିକ୍ଷକଙ୍କ ଲାଗି ସୁଯୋଗକୁ ବଢାଇବାକୁ ପଡ଼ିବ। ୨୦୨୩ ମହିଳା ବିଶ୍ବକପ୍‌ରେ ଯୋଗଦେଇଥିବା ୩୨ଟି ଦଳ ମଧ୍ୟରୁ ମାତ୍ର ୧୦ଟିରେ ମହିଳା ପ୍ରଶିକ୍ଷକ ଥିଲେ। ଏହାକୁ ଦୃଷ୍ଟିରେ ରଖି ଫିଫା ଏହି ନିୟମ ଆଣିଛି।

ୟୁରୋପୀୟ ମହିଳା ଫୁଟବଲ୍‌ ପରି ଅନ୍ତର୍ଜାତୀୟ ମହିଳା ଫୁଟବଲକୁ ଅଧିକ ବିକଶିତ କରିବାକୁ ପିଫା ଉଦ୍ୟମ କରୁଛି। ୟୁରୋପୀୟ ଚାମ୍ପିଅନସିପର ୧୬ ମଧ୍ୟରୁ ୭ଟିରେ ମହିଳା ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ଅନ୍ୟ ଦଳଗୁଡ଼ିକରେ ସହକାରୀ ପ୍ରଶିକ୍ଷକମାନେ ମହିଳା ଅଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version