Flight Turbulence: ଫ୍ଲାଇଟ୍ ଟର୍ବୁଲେନ୍ସରେ ଟ୍ୱିଷ୍ଟ ! ପାଇଲଟଙ୍କ ଡୋପ୍ ଟେଷ୍ଟ ଉପରେ ଉଠିଲା ପ୍ରଶ୍ନ, କ’ଣ କହିଲା ଏୟାର ଇଣ୍ଡିଆ ?
ଫୁକେଟ୍ ରୁ ଦିଲ୍ଲୀ ଯାଉଥିବା ପ୍ଲାଇଟ୍ ଟର୍ବୁଲେନ୍ସରେ ଏବେ ଏକ ବଡ଼ ଟ୍ୱିଷ୍ଟ ଆସଛି । ନିକଟରେ ଥାଇଲାଣ୍ଡର ଫୁକେଟ୍ ରୁ ଦିଲ୍ଲୀ ଯାଉଥିବାବେଳେ ଟର୍ବୁଲେନ୍ସରେ ଫଶିଯାଇଥିବା ଏୟାର ଇଣ୍ଡିଆ ବିମାନର ୨ ପାଇଲଟଙ୍କ ମଧ୍ୟରୁ ଜଣେ ଡୋପ୍ ଟେଷ୍ଟରେ ବିଫଳ ।

ନୂଆଦିଲ୍ଲୀ,୧୦/୦୮; ୩୫ ହଜାର ଫୁଟ୍ ଉଚ୍ଚରେ ଉଡୁଥିଲା ବିମାନ । ଅଚାନକ୍ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା । ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଚିତ୍କାର କରିଥିଲେ ଯାତ୍ରୀ । ପ୍ଲେନ୍ରେ ତଳେ ପଡିଯାଇ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଅଗଷ୍ଟ ୪ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା । ଫୁକେଟ୍ ରୁ ଦିଲ୍ଲୀ ଯାଉଥିବା ପ୍ଲାଇଟ୍ ଟର୍ବୁଲେନ୍ସରେ ଏବେ ଏକ ବଡ଼ ଟ୍ୱିଷ୍ଟ ଆସଛି । ନିକଟରେ ଥାଇଲାଣ୍ଡର ଫୁକେଟ୍ ରୁ ଦିଲ୍ଲୀ ଯାଉଥିବାବେଳେ ଟର୍ବୁଲେନ୍ସରେ ଫଶିଯାଇଥିବା ଏୟାର ଇଣ୍ଡିଆ ବିମାନର ୨ ପାଇଲଟଙ୍କ ମଧ୍ୟରୁ ଜଣେ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା କୁହାଯାଉଛି । ପ୍ରୋଟକଲ ଅନୁସାରେ ପ୍ଲେନ୍ ଅବତରଣ ପରେ ପାଇଲଟଙ୍କ ସ୍କ୍ରିନିଂ ଟେଷ୍ଟ ହୋଇଥିଲା । ରିପୋର୍ଟ ଅନୁସାରେ ପାଇଲଟଙ୍କ ଟେଷ୍ଟରେ ନିଶା ଦ୍ରବ୍ୟ ମିଳିଥିବା ଦାବି କରାଯାଉଛି । ଏହି ଦାବୁକୁ ନେଇ ଏୟାର ଇଣ୍ଡିଆ ଖାରଜ ନ କରିଥିଲେ ବି ସ୍ୱୀକାର ବି କରିନାହିଁ ।
ଗତ ଅଗଷ୍ଟ ୪ ତାରିଖରେ ବିମାନ ଟର୍ବୁଲେନ୍ସରେ ପଡ଼ିଥିଲା ଏବଂ ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିଯାଇଥିଲା । ଏହି ଘଟଣାରେ ବିମାନ କର୍ମଚାରୀଙ୍କ ସମେତ ୧୭ ଜଣ ଯାତ୍ରୀ ଆହତ ହୋଇଥିଲେ । ରିପୋର୍ଟ ଅନୁଯାୟୀ, ଘଟଣା ପରେ ଉଭୟ ପାଇଲଟଙ୍କ ଉଡ଼ାଣ ପରବର୍ତ୍ତୀ ଡ୍ରଗ୍ ସ୍କ୍ରନିଂ ପରୀକ୍ଷା କରାଯାଇଥିଲା । ପାଇଲଟଙ୍କ ମଧ୍ୟରୁ ଜଣେ ପଜିଟିଭ୍ ହୋଇଥିବା ଜଣାପଡିଛି । ସୂତ୍ର ଅନୁଯାୟୀ ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଡ୍ୟୁଟୀରୁ ହଟାଇ ଦିଆଯାଇଛି ।
ସୌଜନ୍ୟ ପ୍ରମେୟ




