ଦେଶ ବିଦେଶ

Foreign occupation: UNରେ ଗୁଞ୍ଜିଲା କ୍ଷିତିଜଙ୍କ ସ୍ୱର, ପାକିସ୍ତାନକୁ ଦେଲେ ସିଧା ଜବାବ

“କବ୍‌ଜା ଛାଡ଼... ଆତଙ୍କ ଛାଡ଼... ଦେଶର ବିକାଶ ଉପରେ ଧ୍ୟାନ ଦିଅ।” ଜାତିସଂଘର ମଞ୍ଚରେ ପାକିସ୍ତାନକୁ ଏମିତି କଡ଼ା ବାର୍ତ୍ତା ଦେଇ ଏବେ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ। କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ ଭାରତର ଏହି ଅଧିକାରୀ ଦେଇଛନ୍ତି ସିଧାସଳଖ ଜବାବ। କେବଳ କାଶ୍ମୀର ନୁହେଁ, ଆତଙ୍କବାଦ, ମାନବାଧିକାର ଏବଂ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ରଖିଛନ୍ତି ଭାରତର ପକ୍ଷ। ତେବେ କିଏ ଏହି କ୍ଷିତିଜ ତ୍ୟାଗୀ? କେମିତି ଇଞ୍ଜିନିୟରରୁ ହେଲେ ଭାରତର କୂଟନୀତିଜ୍ଞ? ଆସନ୍ତୁ ଜାଣିବା ପୂରା କାହାଣୀ। ଜେନେଭାରେ ବସିଛି ଜାତିସଂଘ ମାନବାଧିକାର ପରିଷଦ। ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ ।

ନୂଆଦିଲ୍ଲୀ: “କବ୍‌ଜା ଛାଡ଼… ଆତଙ୍କ ଛାଡ଼… ଦେଶର ବିକାଶ ଉପରେ ଧ୍ୟାନ ଦିଅ।”
ଜାତିସଂଘର ମଞ୍ଚରେ ପାକିସ୍ତାନକୁ ଏମିତି କଡ଼ା ବାର୍ତ୍ତା ଦେଇ ଏବେ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ। କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ ଭାରତର ଏହି ଅଧିକାରୀ ଦେଇଛନ୍ତି ସିଧାସଳଖ ଜବାବ। କେବଳ କାଶ୍ମୀର ନୁହେଁ, ଆତଙ୍କବାଦ, ମାନବାଧିକାର ଏବଂ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ରଖିଛନ୍ତି ଭାରତର ପକ୍ଷ। ତେବେ କିଏ ଏହି କ୍ଷିତିଜ ତ୍ୟାଗୀ? କେମିତି ଇଞ୍ଜିନିୟରରୁ ହେଲେ ଭାରତର କୂଟନୀତିଜ୍ଞ? ଆସନ୍ତୁ ଜାଣିବା ପୂରା କାହାଣୀ। ଜେନେଭାରେ ବସିଛି ଜାତିସଂଘ ମାନବାଧିକାର ପରିଷଦ। ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ ।

ଆଉ ଏହାର ଜବାବ ରଖି ଭାରତର କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ଦେଲେ କଡ଼ା ପ୍ରତିକ୍ରିୟା। ତ୍ୟାଗୀ କହିଥିଲେ, ପାକିସ୍ତାନ ଅନ୍ୟର ଅଞ୍ଚଳ ଉପରେ ଦାବି କରିବା କିମ୍ବା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବଦଳରେ ନିଜ ଦେଶର ବିକାଶ ଉପରେ ଧ୍ୟାନ ଦେବା ଉଚିତ। ତାଙ୍କ କହିବା ଅନୁସାରେ, ଏଭଳି କାର୍ଯ୍ୟ କିମ୍ବା ପରିଷଦରେ ନାଟକବାଜି କଲେ ପାକିସ୍ତାନର ଆର୍ଥିକ ଋଣ ପରିଶୋଧରେ କୌଣସି ସହାୟତା ମିଳିବ ନାହିଁ । କ୍ଷିତିଜ ତ୍ୟାଗୀ ଏହା ସହ ପାକିସ୍ତାନ ଅଧୀନରେ ଥିବା କାଶ୍ମୀରର ସ୍ଥିତିକୁ ନେଇ ଆସିଥିବା ରିପୋର୍ଟର ମଧ୍ୟ ଉଲ୍ଲେଖ କରିଥିଲେ। ଜୁନ୍‌ଠାରୁ ସାଧାରଣ ଲୋକଙ୍କ ମୃତ୍ୟୁ, ଛାତ୍ରଛାତ୍ରୀଙ୍କ ଗିରଫଦାରୀ ଏବଂ ଖାଦ୍ୟ ଓ ଔଷଧ ଉପରେ କଟକଣା ଭଳି ପ୍ରସଙ୍ଗ ସେ ଉଠାଇଥିଲେ। ଏହାପରେ ୧୯୯୦ର କାଶ୍ମୀରୀ ପଣ୍ଡିତଙ୍କ ବିସ୍ଥାପନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ତ୍ୟାଗୀ। ତାଙ୍କ ଅଭିଯୋଗ ଥିଲା, ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ହିଂସା କାରଣରୁ କାଶ୍ମୀରୀ ପଣ୍ଡିତମାନେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେହି ଆତଙ୍କବାଦୀମାନେ ପରେ ବିଭିନ୍ନ ଧର୍ମର କାଶ୍ମୀରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଥିବା ସେ କହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button