Gadgets in Focus ଫୋକସ୍‌ରେ ଗ୍ୟାଜେଟ୍: ବଜାରରେ ମୋଟୋ ଵାଚ୍‌

୨୦୨୬ ମସିହାରେ ନିଜର ଆଭିମୁଖ୍ୟ ବଦଳାଇ ମୋଟୋରୋଲା କମ୍ପାନି ସ୍ମାର୍ଟଵାଚ୍‌ ବଜାର ଉପରେ ମଧ୍ୟ ଗୁରୁତ୍ବ ଦେବା ଆରମ୍ଭ କରିଛି। ଗତ ମାସରେ ଏହି କମ୍ପାନି ‘ମୋଟୋ ଵାଚ୍‌’ ଉନ୍ମୋଚିତ କରିଛି।

୨୦୨୬ ମସିହାରେ ନିଜର ଆଭିମୁଖ୍ୟ ବଦଳାଇ ମୋଟୋରୋଲା କମ୍ପାନି ସ୍ମାର୍ଟଵାଚ୍‌ ବଜାର ଉପରେ ମଧ୍ୟ ଗୁରୁତ୍ବ ଦେବା ଆରମ୍ଭ କରିଛି। ଗତ ମାସରେ ଏହି କମ୍ପାନି ‘ମୋଟୋ ଵାଚ୍‌’ ଉନ୍ମୋଚିତ କରିଛି। ଏଥିରେ ୧.୪ ଇଞ୍ଚ ଆକାରର ଗୋଲାକାର ଓଏଲ୍‌ଇଡି ପରଦା ଲାଗିଛି। ପରଦାଟି କର୍ନିଂ ଗରିଲା ଗ୍ଲାସ୍‌ ୩ ଦ୍ବାରା ସୁରକ୍ଷିତ। ରକ୍ତରେ ଅମ୍ଳଜାନ ସ୍ତର, ହୃଦ୍‌ସ୍ପନ୍ଦନ ବେଗ ଓ ନିଦ୍ରାର ଅବଧି ମାପିବା ଭଳି ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଟ୍ରାକିଂ ବୈଶିଷ୍ଟ୍ୟ ଏଥିରେ ରହିଛି। ୩୫ ଗ୍ରାମ ଓଜନ ବିଶିଷ୍ଟ ଏହି ଘଣ୍ଟାଟିରେ ଆକ୍ସିଲେରୋମିଟର, ଜାଏରୋସ୍କୋପ୍, ପିପିଜି ସେନ୍‌ସର୍‌, ଏସ୍‌ପିଓ୨ ସେନ୍‌ସର୍‌, ଆମ୍ବିଏଣ୍ଟ ଲାଇଟ୍‌ ସେନ୍‌ସର୍‌ ଓ ଇ-କମ୍ପାସ୍‌ ପରି ସେନ୍‌ସର୍‌ ଖଚିତ। କମ୍ପାନିର ଦାବି ଯେ ପୂରା ଚାର୍ଜ କଲେ ଏହା ୧୩ ଦିନ ପର୍ଯ୍ୟନ୍ତ କାମ କରିବ।

Exit mobile version