Ganjam News : ୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର, ମୁଣ୍ଡରୁ ଖପୁରୀ କାଢି ଦେଲେ …

ବ୍ରହ୍ମପୁର ୨୩।୦୫ : ୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ମହାନଳା ଅଞ୍ଚଳରେ ପାଗଳ କୁକୁର ଆତଙ୍କ। ମୁଣ୍ଡର ଖପୁରୀ କାଢ଼ି ଦେଲେ କୁକୁର, ଗୁରୁତର ଅବସ୍ଥାରେ ମେଡ଼ିକାଲ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଟପୁର ମହାନଳା ଅଞ୍ଚଳରେ ନାବାଳକ ଜଣକ ଘର ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ୫ରୁ ଅଧିକ କୁକୁର ଘେରି ଝୁଣି ଦେଇଥିଲେ । ନାବାଳକ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରିନଥିଲେ । ଶେଷରେ କୁକୁରମାନେ ଝୁଣି ଗୁରୁତର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

 

 

ସୌଜନ୍ୟ Prameya News7