ଜାତୀୟ

Goldy Brar Most Wanted: ଗୋଲ୍ଡି ବରାଡକୁ ଖୋଜୁଛି FBI, ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ

ନୂଆଦିଲ୍ଲୀ, ୨୯/୦୯: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ନିଜର ‘ଟେନ୍ ମୋଷ୍ଟ ୱାଣ୍ଟେଡ୍ ଫ୍ୟୁଜିଟିଭ୍ସ’ ତାଲିକାରେ ସାମିଲ କରିଛି। ସତିନ୍ଦରଜିତ ସିଂହ ଓରଫ ଗୋଲ୍ଡି ବରାଡକୁ ଧରାଇବାରେ ସହାୟକ ସୂଚନା ପାଇଁ FBI ପକ୍ଷରୁ ୧ ନିୟୁତ ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଛି। FBIର ଅଧିକାରୀମାନଙ୍କ ଅନୁସାରେ ବରାଡ ବର୍ତ୍ତମାନ ଆମେରିକାରେ ଥିବା ଅନୁମାନ କରାଯାଉଛି।

FBIର ଅଭିଯୋଗ ଅନୁସାରେ, ବରାଡ ଲରେନ୍ସ ବିଷ୍ଣୋଇ ଅର୍ଗାନାଇଜ୍ଡ କ୍ରାଇମ୍ ଗ୍ରୁପ୍‌ର ଉତ୍ତର ଆମେରିକାରେ ଜଣେ ନେତା ଭାବେ କାମ କରୁଥିଲା। ଏହି ଗ୍ରୁପ୍ ବିରୋଧରେ ଆମେରିକା, କାନାଡା ଓ ଅନ୍ୟାନ୍ୟ ସ୍ଥାନରେ ହିଂସା, ହତ୍ୟା, ଗୁଳିକାଣ୍ଡ, ଅପହରଣ, ଚାନ୍ଦା ଆଦାୟ ଏବଂ ନିଶାଦ୍ରବ୍ୟ ଓ ଅସ୍ତ୍ର ଚୋରାଚାଲାଣ ଭଳି ଅଭିଯୋଗ ରହିଛି। ତେବେ ଏସବୁ ଅଭିଯୋଗ ଅଦାଲତରେ ପ୍ରମାଣିତ ହେବା ବାକି ଅଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button