ବିଶେଷ

Government dating app! ସରକାରୀ ଡେଟିଂ ଆପ୍‌!

ଡେଟିଂ ଆପ୍‌ରେ ଯୁବକ-ଯୁବତୀ ନିଜ ପସନ୍ଦର ସାଥୀ ଖୋଜିବା ଏବେ ସାଧାରଣ କଥା। ହେଲେ ଏବେ ଏହି କାମରେ ସରକାର ନିଜେ ସାମିଲ ହୋଇଛନ୍ତି। ଜନ୍ମହାର ହ୍ରାସର ସମସ୍ୟା ସହ ସଂଘର୍ଷ....

ଡେଟିଂ ଆପ୍‌ରେ ଯୁବକ-ଯୁବତୀ ନିଜ ପସନ୍ଦର ସାଥୀ ଖୋଜିବା ଏବେ ସାଧାରଣ କଥା। ହେଲେ ଏବେ ଏହି କାମରେ ସରକାର ନିଜେ ସାମିଲ ହୋଇଛନ୍ତି। ଜନ୍ମହାର ହ୍ରାସର ସମସ୍ୟା ସହ ସଂଘର୍ଷ କରୁଥିବା ସିଙ୍ଗାପୁର ସରକାର ନିଜ କର୍ମଚାରୀଙ୍କ ପାଇଁ ‘ଫାର୍ଷ୍ଟଡେଟ୍’ ନାମରେ ଏକ ଡେଟିଂ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି।

ଏହି ସେବାରେ ୨୧ରୁ ୩୫ ବର୍ଷ ବୟସର ଅବିବାହିତ ସରକାରୀ କର୍ମଚାରୀ ଅଂଶଗ୍ରହଣ କରିପାରିବେ। ପାରମ୍ପରିକ ଡେଟିଂ ଆପ୍ ଭଳି ଏଠାରେ ଏକାଧିକ ପ୍ରୋଫାଇଲ୍‌କୁ ଲଗାତାର ସ୍ୱାଇପ୍ କରିବାର ସୁଯୋଗ ନାହିଁ। ବ୍ୟବହାରକାରୀଙ୍କ ରୁଚି, ଜୀବନଶୈଳୀ, ମୂଲ୍ୟବୋଧ ଓ ସମ୍ବନ୍ଧ ସମ୍ପର୍କିତ ପସନ୍ଦ ଆଧାରରେ ଏକ ସମୟରେ ଜଣେ ସମ୍ଭାବ୍ୟ ସାଥୀଙ୍କୁ ମ୍ୟାଚ୍ କରାଯିବ।

ମେଳକ ପାଇଁ ବ୍ୟବହାର ହେଉଛି ନୋବେଲ୍ ପୁରସ୍କାରପ୍ରାପ୍ତ ଗାଣିତିକ ପଦ୍ଧତି ‘ଗେଲ୍-ସାପ୍ଲି ଆଲଗୋରିଦମ୍’। ଏହା ଦୁଇ ପକ୍ଷର ପସନ୍ଦକୁ ବିଚାର କରି ଅପେକ୍ଷାକୃତ ଉତ୍କୃଷ୍ଟ ଯୋଡ଼ି ବାଛିଥାଏ। ମ୍ୟାଚ୍ ହେବା ପରେ ଉଭୟଙ୍କୁ ତିନି ଦିନ ସମୟ ଦିଆଯାଏ। ଦୁହେଁ ସମ୍ମତି ଦେଲେ ହିଁ ଯୋଗାଯୋଗ ତଥ୍ୟ ଉପଲବ୍ଧ ହୁଏ। ଏହି ପଦକ୍ଷେପ ପଛର ମୁଖ୍ୟ କାରଣ ହେଉଛି ସିଙ୍ଗାପୁରର ଚିନ୍ତାଜନକ ଜନ୍ମହାର। ୨୦୨୫ରେ ଦେଶର ମୋଟ ପ୍ରଜନନ ହାର ରେକର୍ଡ ୦.୮୭କୁ ଖସିଛି। ସେହି ବର୍ଷ ଜନ୍ମ ସଂଖ୍ୟା ମଧ୍ୟ ୨୦୨୪ ତୁଳନାରେ ୧୦.୮% ହ୍ରାସ ପାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button