ମନୋରଞ୍ଜନ

Govinda Affair Rumors: ‘ମୋ ବ୍ୟକ୍ତିଗତ ଜୀବନ ସର୍ବସାଧାରଣରେ ଆଲୋଚନାର ବିଷୟ ନୁହେଁ… କୋମଲ ରାଣୀଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗୋବିନ୍ଦା

ନୂଆଦିଲ୍ଲୀ, ୨୬/୦୯: ବଲିଉଡ୍‌ର ବରିଷ୍ଠ ଅଭିନେତା ଗୋବିନ୍ଦା ପୁଣିଥରେ ଚର୍ଚ୍ଚାରେ। ଏଥର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରୂପା’ର ସହ-ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ ପଣ୍ଡାଲରେ ଉଭୟଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ଏହି ଚର୍ଚ୍ଚା ଉପରେ ଏବେ ନିଜେ ମୁହଁ ଖୋଲିଛନ୍ତି ଗୋବିନ୍ଦା। ଅଭିନେତାଙ୍କ କହିବା ଅନୁସାରେ, କୋମଲ ରାଣୀଙ୍କ ସହ ତାଙ୍କ ସମ୍ପର୍କ କେବଳ ବୃତ୍ତିଗତ।

ANI ସହ ଆଲୋଚନା ବେଳେ ଗୋବିନ୍ଦା ‘ଲାଲବାଗଚା ରାଜା’ ଦର୍ଶନ କରିବାର କାରଣ ସ୍ପଷ୍ଟ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ବ୍ୟବଧାନ ପରେ ସେ ପୁଣିଥରେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ହେଉଛନ୍ତି। ତେଣୁ ଆଗାମୀ ଫିଲ୍ମ ‘ରୂପା’ର ସଫଳତା ପାଇଁ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ଗୋବିନ୍ଦା ନିଜର ପୁରୁଣା ଅନୁଭୂତି ମଧ୍ୟ ସେୟାର କରିଥିଲେ। ତାଙ୍କ କହିବା ଅନୁସାରେ, ପୂର୍ବରୁ ସେ କରିସ୍ମା କପୁର ଏବଂ ରବିନା ଟଣ୍ଡନଙ୍କ ସହ ମନ୍ଦିର ଯାଇଥିଲେ। ସେହି ସମୟରେ ତାଙ୍କର କିଛି ଚଳଚ୍ଚିତ୍ର ସଫଳ ହୋଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏବେ ଦୀର୍ଘ ବିରତି ପରେ ସିନେମାକୁ ଫେରୁଥିବାରୁ ‘ରୂପା’ ପାଇଁ ମଧ୍ୟ ସେ ଗଣେଶଙ୍କ ଆଶୀର୍ବାଦ କାମନା କରିଥିବା କହିଛନ୍ତି।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button