Gyanesh Kumar: ଖୋଲିଲା ୨୦ ବର୍ଷ ତଳର ଆତ୍ମହତ୍ୟା ମାମଲା, ଭିଜିଲାନ୍ସ ତଦନ୍ତରେ ଫସିବେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ,୦୫/୧୦; ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ଦେଶରେ ଏବେ ଖୁବ ଚର୍ଚ୍ଚା । ଗୋଟିଏ ପଟେ ତାଙ୍କ ଇସ୍ତଫା ଦାବିରେ ଦେଶରେ ଆନ୍ଦୋଳନ ତେଜାବାରେ ଲାଗିଛି । ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାଏ ଜୋରଦାର ହେଉଛି ବିକ୍ଷୋଭ ପ୍ରଦର୍ଶନ । ସବୁଠି ‘ସିଇସି ହଟାଅ’ ସ୍ଲୋଗାନ । ସିଇସିଙ୍କ ବିରୋଧରେ ହୋଇଥିବା ଦୁଇଟି ରିଟ୍ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଆଉ ଗୋଟିଏ ପଟେ ତାଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି ହୋଇଛି । ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ରହିଥିବା ୨୦ ବର୍ଷ ତଳର ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ୨୦୦୬ରେ ମାଲେସିୟାର ସିଭିଲ ଇଞ୍ଜିନିୟର ଲି ସି ବିନ୍ଙ୍କ ଆତ୍ମହତ୍ୟା ସହ ଜଡିତ । କଂଗ୍ରେସ ନେତା ଏମ. ବେଣୁଗୋପାଳଙ୍କ ଅଭିଯୋଗ ଆଧାରରେ ଗୃହମନ୍ତ୍ରୀ ମାମଲାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେରଳ କ୍ୟାଡର ଆଇଏଏସ୍ ଅଫିସର ଜ୍ଞାନେଶ କୁମାର ସେତେବେଳେ ପୁର୍ତ୍ତ ବିଭାଗ ସଚିବ ଥିଲେ ।
ମାଲେସିଆ ଇଞ୍ଜିନିୟର ଜଣକ ଅଭିଯୋଗ କରିଥିଲେ କି ରାସ୍ତା ନିର୍ମାଣ ବାବଦ ପାଣ୍ଠି ଜାରି କରିବା ଲାଗି ଜ୍ଞାନେଶ କୁମାର ଲାଞ୍ଚ ମାଗିଥିଲେ । ଅବଶ୍ୟ ସେତେବେଳେ ଭିଜିଲାନ୍ସ ଘଟଣାର ତଦନ୍ତ କରିଥିଲା । କିନ୍ତୁ ବାହାର ଚାପ ଯୋଗୁ ତଦନ୍ତ ଆଗକୁ ବଢ଼ିନ ପାରି ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଗୃହମନ୍ତ୍ରୀ ମାମଲାର ସାନି ତଦନ୍ତ ଲାଗି ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୦୦୩ରେ ଅଙ୍ଗମାଳି ଠାରୁ ତିରୁଅନନ୍ତପୁରମ ପର୍ଯ୍ୟନ୍ତ ୨୪୦ କି.ମି. ରାଜ୍ୟ ରାଜପଥ ଏମ୍ସି ରୋଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ୩ ବର୍ଷରେ ଅର୍ଥାତ ୨୦୦୬ରେ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ବିଶ୍ୱବ୍ୟାଙ୍କ ୨୧୫ କୋଟି ଟଙ୍କା ଦେଇଥିଲା ଏବଂ କେରଳମ ସରକାରଙ୍କ ପରିବହନ ବିଭାଗ ଅଧୀନରେ ଏହି କାର୍ଯ୍ୟ କରାଯାଇଥିଲା । କିନ୍ତୁ ଧାର୍ଯ୍ୟ ସମୟ ସୀମା ଭିତରେ ମାତ୍ର ୩୦ ପ୍ରତିଶତ କାମ ହୋଇଥିଲା । ଭାରତ ମାଲେସିୟା ଯୌଥ ନିର୍ମାଣ କମ୍ପାନି ପତି ବେଲ୍ କନସୋର୍ଟିୟମ ଏହାର ନିର୍ମାଣ କାର୍ଯ୍ୟ କରୁଥିଲା ।
ସୌଜନ୍ୟ ପ୍ରମେୟ



