ଖେଳ

Hardik Pandya: ହାର୍ଦିକଙ୍କୁ ଝଟକା: ଅଧିନାୟକତ୍ବ ଦାବି ଯୋଗୁଁ ଜିଟି କଲାନି ଚୁକ୍ତି

ଗୁଜରାଟ ଟାଇଟନ୍ସ (ଜିଟି)କୁ ୨୦୨୨ରେ ଆଇପିଏଲ୍‌ ମୁକୁଟ ଏବଂ ୨୦୨୩ରେ ଫାଇନାଲ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ହାର୍ଦିକ ପୁଣି ଥରେ ଏହି ଦଳକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ନୂଆଦିଲ୍ଲୀ:ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରିବାର ବାଟ ଖୋଜୁଥିବା ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଝଟକା ଲାଗିଛି। ଗୁଜରାଟ ଟାଇଟନ୍ସ (ଜିଟି)କୁ ୨୦୨୨ରେ ଆଇପିଏଲ୍‌ ମୁକୁଟ ଏବଂ ୨୦୨୩ରେ ଫାଇନାଲ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ହାର୍ଦିକ ପୁଣି ଥରେ ଏହି ଦଳକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ପାଣ୍ଡ୍ୟା ଅଧିନାୟକ ପଦ ମାଗିବାରୁ ଜିଟି ସହ ହେବାକୁ ଥିବା ଚୁକ୍ତି ଭାଙ୍ଗିଯାଇଥିବା ନେଇ ସୂଚନା ମିଳୁଛି। ୩୨ ବର୍ଷୀୟ ହାର୍ଦିକଙ୍କୁ ନେବାକୁ ଜିଟି ଚାହୁଛି। ହେଲେ ଏହାର ଅଧିନାୟକ ତଥା ସଂପ୍ରତି ଭାରତୀୟ ଦଳ ଟେଷ୍ଟ୍ ଓ ଦିନିକିଆ ଦଳର ନେତୃତ୍ବ ନେଉଥିବା ଶୁବମନ ଗିଲ୍‌ଙ୍କୁ ବଦଳାଇବାକୁ ଚାହୁନି। ତାଙ୍କୁ ଅଧିନାୟକ ବଦଳରେ ଅଭିଜ୍ଞତା ଦୃଷ୍ଟିରୁ ଜଣେ ବରିଷ୍ଠ ଖେଳାଳି ଭାବେ ଦଳରେ ରଖିବାକୁ ଜିଟି ଚାହୁଥିଲା। ଜିଟି ପକ୍ଷରୁ ଖେଳୁଥିଲା ବେଳେ ପାଣ୍ଡ୍ୟା ଆଇପିଏଲ୍‌ରେ ସବୁଠୁ ଅଧିକ ସଫଳ ହୋଇଥିଲେ।

ପାଣ୍ଡ୍ୟାଙ୍କ ପ୍ରଦର୍ଶନ ମଧ୍ୟ ଭଲ ନଥିଲା

ଯାହା ଫଳରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନ ପୁଲକିତ ହେବା ସହ ନିଜକୁ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ। ଏବେ ପାଣ୍ଡ୍ୟା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ‌ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଉପରେ ନଜର ରଖିଛନ୍ତି। କେକେଆର୍‌ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅବସର ଘୋଷଣା କରିଥିଲା ବେଳେ ଦଳର ଖରାପ ପ୍ରଦର୍ଶନ ଯୋଗୁଁ ଋଷଭ ପନ୍ତ ଏଲ୍‌ଏସ୍‌ଜି ନେତୃତ୍ବରୁ ଓହରିଯାଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୪ରେ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାର ଦିଆଯାଇଥିଲା। ଏହି ଋତୁରେ ଦଳ ଶେଷ ସ୍ଥାନରେ ରହିଥିଲା ବେଳେ ୨୦୨୫ରେ ପ୍ଲେଅଫ୍‌ ଖେଳିଥିଲା। ହେଲେ ୨୦୨୬ରେ ପୁଣି ଖରାପ ପ୍ରଦର୍ଶନ କରି ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ବ୍ୟକ୍ତିଗତ ଭାବେ ଗତ ଆଇପିଏଲ୍‌ରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ମଧ୍ୟ ଭଲ ନଥିଲା। ସେ ୧୦ ମ୍ୟାଚ୍‌ ଖେଳି ୨୨.୮୮ ହାରରେ ୨୦୬ ରନ୍‌ କରିଥିଲା ବେଳେ ମାତ୍ର ୪ ୱିକେଯ୍‌ ନେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button