ରାଜ୍ୟ

Gangrape: ନିଶ୍ଚିନ୍ତକୋଇଲି ସୁକରପଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫ ଗିରଫ, ଜଣେ ଏବେ ବି ଫେରାର

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହେଵା ଘଟଣାରେ ୫ ଅଭିଯୁକ୍ତ ଗିରଫ ହେଇଛନ୍ତି।

ନିିଶ୍ଚିନ୍ତକୋଇଲି: କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହେଵା ଘଟଣାରେ ୫ ଅଭିଯୁକ୍ତ ଗିରଫ ହେଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ନାମ ଏବେ ପ୍ରକାଶ କରିବାକୁ ମନା କରିଛି। ସୂଚନାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ଓ ତାଙ୍କ ବାନ୍ଧବୀ ଏକ କାର୍‌ରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ କାର ଚଳାଉଥିବା ଯୁବକ କ୍ଲାନ୍ତ ଅନୁଭବ କରିବାରୁ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବ ସୁକରପଡା ପୁର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଗାଡ଼ି ରଖିଥିଲେ। ଗାଡ଼ି ଭିତରେ ଯୁବକ ଜଣକ କିଛି ସମୟ ଶୋଇ ଯାଇଥିଲେ।

ରାତି ପ୍ରାୟ ୩ଟାରୁ ସାଢେ ୩ଟା ମଧ୍ୟରେ ୪ରୁ ୬ଜଣ ଆସାମାଜିକ ଯୁବକ ସେଠାରେ ପହଞ୍ଚି କାରର କାଚ ଭାଙ୍ଗି ଯୁବକଙ୍କୁ ମାଡମାରି ଯୁବତୀଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ଗୃହକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ସଂପୃକ୍ତ ଅସାମାଜିକ ଯୁବକମାନେ ଯୁବତୀଙ୍କୁ ଅନ୍ୟ ଏକ କାରରେ ନେଇଯାଉଥିଲା ବେଳେ ପୁରୁଷ ବନ୍ଧୁ ସେମାନଙ୍କୁ ନିଜ କାରରେ ପିଛା କରିଥିଲେ। କଟିକଟା ନିକଟରେ ସଂପୃକ୍ତ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ଯୁବତୀଙ୍କ ବନ୍ଧୁ ଦୁର୍ବୃତ୍ତଙ୍କ ଗାଡିକୁ ଅଟକାଇ ଥିଲେ। କାର ଛାଡ଼ି ଅସାମାଜିକ ଯୁବକମାନେ ଦୌଡି ପଳାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button