ଜାତୀୟ

China will swallow Canada: ଚୀନ୍ ଗିଳି ପକାଇବ: ଗ୍ରିନ୍‌ଲାଣ୍ଡର ଗୋଲ୍ଡେନ ଡମ୍‌କୁ ବିରୋଧ କରୁଥିବା କାନାଡାକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯେକୌଣସି ମୂଲ୍ୟରେ ଗ୍ରିନ୍‌ଲାଣ୍ଡକୁ ହାତେଇବାକୁ ସ୍ଥିର କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ସେ ନିଜ ସହଯୋଗୀମାନଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିଛନ୍ତି। ଗ୍ରିନ୍‌ଲାଣ୍ଡକୁ ନେଇ ଟ୍ରମ୍ପ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯେକୌଣସି ମୂଲ୍ୟରେ ଗ୍ରିନ୍‌ଲାଣ୍ଡକୁ ହାତେଇବାକୁ ସ୍ଥିର କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ସେ ନିଜ ସହଯୋଗୀମାନଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିଛନ୍ତି। ଗ୍ରିନ୍‌ଲାଣ୍ଡକୁ ନେଇ ଟ୍ରମ୍ପ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଟ୍ରମ୍ପ ଗ୍ରିନ୍‌ଲାଣ୍ଡରେ ଗୋଲ୍ଡେନ ଡୋମ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସ୍ଥାପନ କରିବାକୁ ଯୋଜନା କରିଛନ୍ତି। କିନ୍ତୁ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ସହିତ କାନାଡା ଏହାକୁ ବିରୋଧ କରୁଛି। ଟ୍ରମ୍ପ କାନାଡାକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କାନାଡା ଆମେରିକା ପ୍ରଣାଳୀ ବଦଳରେ ଚୀନ୍ ସହିତ ନିଜର ଆର୍ଥିକ ସମ୍ପର୍କ ବିସ୍ତାର କରେ, ତେବେ ନୀନ୍ ଗୋଟିଏ ବର୍ଷ ମଧ୍ୟରେ କାନାଡାକୁ ଗିଳି ଦେଇପାରେ।

ସ୍ୱିଜରଲାଣ୍ଡର ଡାଭୋସରେ ଚୀନ୍ ସହିତ କାନାଡା ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲା ।​​ଏହା ସହିତ ଟ୍ରମ୍ପଙ୍କ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲା। ଏହି ଚୁକ୍ତିନାମା କାନାଡାର ବ୍ୟବସାୟ ଓ ଶ୍ରମିକଙ୍କ ପାଇଁ ୭ ବିଲିୟନ ଡଲାରରୁ ଅଧିକ ରପ୍ତାନି ବଜାର ଖୋଲିବ କାର୍ନି ସୋସିଆଲ ମିଡିଆ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି। କାନାଡା ଓ ଚୀନ୍ ମଧ୍ୟରେ ବଢୁଥିବା ଘନିଷ୍ଠତା ଦେଖି ଟ୍ରମ୍ପ୍ କ୍ରୋଧିତ ହୋଇ ଗ୍ରିନଲାଣ୍ଡରେ ସ୍ଥାପିତ ହେବାକୁ ଥିବା ଗୋଲ୍ଡେନ ଡମ୍ ବିଷୟରେ କହିଛନ୍ତି ଯେ, ଏହା କେବଳ ଆମେରିକାକୁ ନୁହେଁ ବରଂ କାନାଡାକୁ ମଧ୍ୟ ସୁରକ୍ଷା ଦେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button