ରାଶିଫଳ

Horoscope 2026 July 29: ଜାଣନ୍ତୁ ଆଜିର ରାଶିଫଳ…

ଆପଣଙ୍କ ମନ ଆନନ୍ଦିତ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ।

ମେ‌ଷ: ଆପଣଙ୍କ ମନ ଆନନ୍ଦିତ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ବୃଷ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଚାକିରି ବଦଳାଇବା ପାଇଁ ସ୍ଥିର କରିପାରନ୍ତି। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

ମିଥୁନ: ଆପଣ ଭାବିଚିନ୍ତି ଫଇସଲା କରିବା ଦରକାର। କାମରେ ଭାଇର ସହଯୋଗ ପାଇବେ। କଥା କହିବା ବେଳେ ନିଜର ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ‌

କର୍କଟ: ଆପଣ ସବୁ ଦୃଷ୍ଟିରୁ ନିଶ୍ଚିତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ। କ୍ୟାରିୟରରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ।

ସିଂହ: ଯେଉଁମାନଙ୍କର କୋର୍ଟ କଚେରିରେ ମାମଲା ରହିଛି ସେମାନେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ଜିନିଷ ଉପରେ ବିଚାର କରିବେ।

‌କନ୍ୟା: ଅଧୁରା ଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିପାରିବେ। ଅଫିସରେ ନୂଆ ଦାୟିତ୍ବ ପାଇବେ। ମନପସନ୍ଦ ଜାଗାକୁ ବଦଳିର ସୂଚନା ପାଇବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ତୁଳା: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ। ନୂଆ କାରବାର ପାଇଁ ଭଲ ମଉକା ପାଇବେ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ଯୋଗ ଅଛି। ସମ୍ବନ୍ଧରେ ମଧୁରତା ବଢ଼ିବ। ‌

ବିଛା: ଆପଣଙ୍କ ଜୀବନରେ ନୂଆ ମୁକାମ ହାସଲ ହେବ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ବ୍ୟବସାୟରେ ସାହସର ସହିତ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ। ଜୀବନସାଥୀଙ୍କୁ ନିଜର ଅଶାନ୍ତି ଜଣାନ୍ତୁ ମନକୁ ଶାନ୍ତି ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

ମକର: ଲେଖକଙ୍କ ବିଚାରର ସମ୍ମାନ ହେବ। ଘରର ବାତାବରଣ ଭଲ ରହିବ। ଅବିବାହିତଙ୍କର ଘରେ ବିବାହ ଚର୍ଚ୍ଚା ହେବ। ବିଦ୍ୟାର୍ଥୀ ନିଜର କ୍ୟାରିୟରକୁ ଆହୁରି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବେ।

କୁମ୍ଭ: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ତାଳମେଳ ବଢ଼ିବ। ଇସ୍ପାତ କାମ କରୁଥିବା ଲୋକଙ୍କ କାମର ଗତି ବଢ଼ିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ମୀନ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ଜୀବନସାଥୀ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button