Humanitarian Help: ସମ୍ବାଦ ଡିଜିଟାଲ ପ୍ରଭାବ; ଅସହାୟ ଆଦିବାସୀ ରୋଗୀଙ୍କୁ ମିଳିଲା ସହାୟତା
‘ସମ୍ବାଦ ଡିଜିଟାଲ’ରେ ଗତକାଲି ପ୍ରକାଶିତ ଖବର 'ଆଧାରକାର୍ଡ ବିନା ବନ୍ଧାପଡ଼ିଛି ରୋଗୀ, କାର୍ଯ୍ୟକାରୀ ହେଉନି ଡିସଚାର୍ଜ ଆଦେଶ' ଶୀର୍ଷକ ଖବରକୁ ନେଇ କଟକର ଅମର ଫାଉଣ୍ଡେସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

କାଳିଆପାଣି (ରବି ନାରାୟଣ କର): ‘ସମ୍ବାଦ ଡିଜିଟାଲ’ରେ ମଙ୍ଗଳବାର ପ୍ରକାଶିତ ଖବର ‘ଆଧାରକାର୍ଡ ବିନା ବନ୍ଧାପଡ଼ିଛି ରୋଗୀ, କାର୍ଯ୍ୟକାରୀ ହେଉନି ଡିସଚାର୍ଜ ଆଦେଶ’ ଶୀର୍ଷକ ଖବରକୁ ନେଇ କଟକର ଅମର ଫାଉଣ୍ଡେସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
କଟକ ବଡ଼ମେଡିକାଲରୁ ଡିସଚାର୍ଜ ପରେ ଆଧାରକାର୍ଡ ନଥିବାରୁ ଅସହାୟ ଅବସ୍ଥାରେ ଥିବା କପର୍ଦ୍ଦକ ଶୂନ୍ୟ ରୋଗୀ ଓ ପରିବାରକୁ ସହାୟତାର ହାତ ବଢ଼ାଇଛି ଏହି ସ୍ବେଛାସେବୀ ସଂଗଠନ। ପାଖରେ ଟଙ୍କାଟିଏ ବି ନଥିବାରୁ କାଳିଆପାଣି ଚିରିଗୁଣିଆ ମାଝୀସାହି ଡମଶାଳ ନାଳକୂଳ ହଟିଂର ଦୁର୍ଘଟଣାଗ୍ରସ୍ତ ରାଜୁ ସିଂ(୨୦)ଙ୍କୁ ଧରି ତାଙ୍କ ବାପା ନିର୍ମଳ ସିଂ ଘର ଫେରିବାକୁ ସାଧାରଣରେ ନେହୁରା ହୋଇଥିଲେ। ପୁନଶ୍ଚ ଆଧାରକାର୍ଡ ନଥିବାରୁ ମେଡିକାଲରୁ ଛାଡ଼ ପାଇବାକୁ ହେଲେ ଅଦାଲତରେ ସତ୍ୟପାଠ କରାଇବା ପାଇଁ ତାଙ୍କୁ କୁହାଯାଇଥିଲା। ଅର୍ଥଭାବ ସମସ୍ୟା ତାଙ୍କ ଦୁଶ୍ଚିନ୍ତା ବଢ଼ାଇଥିଲା।
ଅମର ଫାଉଣ୍ଡେସନ ପ୍ରତିଷ୍ଠାତା ଅମର ମହାନ୍ତିଙ୍କ ନିର୍ଦ୍ଦେଶରେ ଶୋଭନ ଦାସ ତାଙ୍କ ପାଖେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ରୋଗୀ ରାଜୁ ସିଂ ଙ୍କୁ ମେଡିକାଲରୁ ଡିସଚାର୍ଜ କରାଇ ସେମାନଙ୍କ ଘର ଫେରିବା ପାଇଁ ଏକ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇବା ସହ ଆର୍ଥିକ ସହାୟତା ଦେଇଥିଲେ। ଏଥିପାଇଁ ନିର୍ମଳ ସିଂଙ୍କ ପରିବାର ଓ ଗ୍ରାମବାସୀ ସମ୍ବାଦ ଓ ଶ୍ରୀ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




