ଜାତୀୟ

IAS Tukaram Mundhe: କିଏ ତୁକାରାମ ମୁଣ୍ଡେ ? ୨୧ ବର୍ଷର ସର୍ଭିସରେ ୨୫ ଥର ଟ୍ରାନ୍ସଫର, ନାଁ ଶୁଣିଲେ ଥରୁଛି ମୁମ୍ବାଇ,ଏବେ FDAର ରିୟଲ ଲାଇଫ୍ ସିଙ୍ଘମ୍‌

ମୁମ୍ବାଇ,୧୯/୦୮; ୨୧ ବର୍ଷରେ ୨୫ ଥର ଟ୍ରାନ୍ସଫର । ନା ଅଟକିଛନ୍ତି ନା ନଇଁଛନ୍ତି । ଯେଉଁଆଡ଼େ ଗଲେ ସେଠି ସିଷ୍ଟମ ବଦଳାଇ ଦେଲେ । ରେଷ୍ଟେରାଣ୍ଟ ମାଲିକ ଡରିକି ଛାନିଆ । ଡାଏରୀ ପ୍ରଡକ୍ଟ ବିକୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ । କାହିଁକି ନା, ସେମାନଙ୍କ ମନରେ ଡର ଏଫଡିଏ କମିଶନର ରେଡ୍ ନମାରିଦିଅନ୍ତୁ । ସେ ଆଇଏଏସ୍ ଅଫିସର ଜଣକ ହେଉଛନ୍ତି, ମୁମ୍ବାଇର ଅସଲ ସିଙ୍ଘମ ତୁକାରାମ ମୁଣ୍ଡେ । ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା । ସୋସିଆ ମିଡିଆ ଖୋଲିଦେଲେ କେବଳ ଗୋଟିଏ ନାମ ତୁକାରାମ ମୁଣ୍ଡେ । ସରକାର, ନେତା, ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି କୋର୍ଟକୁ ଚ୍ୟାଲେଞ୍ଜ କରି ନିଜ କାର୍ଯ୍ୟ ଅଟଳ ତୁକାରାମ ମୁଣ୍ଡେ । ନାଁ ଶୁଣିଲେ ଥରୁଛି ମୁମ୍ବାଇ ।

ଆଇଏସଏସ୍ ଅଫିସର ତୁକାରାମ ମୁଣ୍ଡେ । ରୁଲକୁ ମାନୁଥିବା ଜଣେ ସଟ୍ଟୋଟ୍ ଅଫିସର । ଦୁର୍ନୀତି ଏବଂ ପାୱାରଫୁଲ୍ ଲୋକଙ୍କ ବିରୋଧରେ ଆକ୍ସନ ନେଇ ଏକ ପରିଚୟ ତିଆରି କରିଛନ୍ତି । ତୁକାରାମଙ୍କୁ ୱାଟର ମ୍ୟାନ୍ ଅଫ ମହାରାଷ୍ଟ୍ର ବି କୁହାଯାଏ । ସୋଲାପୁରରେ କଲେକ୍ଟର ଥିବା ବେଳେ ତାଙ୍କ ପାଇଁ ଶହ ଶହ ଗାଁରେ ପାଣି ଟ୍ୟାଙ୍କର ପହଞ୍ଚିଥିଲା । ୨୦୨୨ରେ ହେଲ୍ଥ କମିଶନର ଥିବାବେଳେ ଅଚାନକ ହସ୍ପିଟାଲରେ ଛାପା ମାରିଥିଲେ । ବାୟୋମାଟ୍ରିକ ଆଟେଡାନ୍ସ ଲାଗୁ କରିଥିଲେ । ବର୍ତ୍ତମାନ ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ବା ଏଫଡିଏ କମିଶନର ଅଛନ୍ତି ତୁକାରାମ । ଦାୟିତ୍ୱ ନେବା ପରଠାରୁ ଆକ୍ସନ ମୁଡରେ ତୁକାରାମ ମୁଣ୍ଡେ । ମେ ୨୫ରୁ ଚାର୍ଚ୍ଚ ସମ୍ଭାଳିବା ପରଠାରୁ ୧, ୧୩୧ ଇନ୍ସପେକ୍ସନ କରିଛନ୍ତି । ଦିନକୁ ୨୦ ଅଧିକ ରେଡ୍ । ୫୦ କୋଟି ଷ୍ଟକ୍ ସିଜ୍ ହୋଇଛି । ୩୫ କୋଟିର ବ୍ୟାନ ଗୁଟଖା ଜବତ ହୋଇଥିଲା । ଦେଢ ଲକ୍ଷ ଲିଟର ନକଲି କ୍ଷୀର ଜବତ ହୋଇଛି । ୫୬ ରେଷ୍ଟୁରାଣ୍ଟର ଲାଇସେନ୍ସ କ୍ୟାନ୍ସେଲ ହୋଇଛି । ମୁମ୍ବାଇର ବଡ ବଡ଼ ହୋଟେଲକୁ ଫୁଡ୍ ସେଫ୍ଟିଂ ପାଇଁ ବନ୍ଦ କରିଦେଇଛନ୍ତି । ସ୍କୁଲର ୫୦ ମିଟର ଦୂରରେ ଥିବା ସବୁ ଜଙ୍ଗଫୁଡ୍ ଦୋକାନକୁ ବ୍ୟାନ୍ କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button