ଦେଶ ବିଦେଶ

Indian Oil: ଇଣ୍ଡିଆନ ଅଏଲ୍‌ର ୧୦ କେଜିଆ ଏଲ୍‌ପିଜି ସିଲିଣ୍ଡର

ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏ କେ ସାହାଣୀ ଅଭିନବ ୧୦ କେଜିଆ କମ୍ପୋଜିଟ୍ ଏଲ୍‌ପିଜି ସିଲିଣ୍ଡର ଏକ୍ସଟ୍ରାଲାଇଟ୍‌ ନାଓକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ମାର୍କେଟିଂ) ସୌମିତ୍ର ପି ଶ୍ରୀବାସ୍ତବ ଉପସ୍ଥିତ ଥିଲେ।

ପୁନେ: ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏ କେ ସାହାଣୀ ଅଭିନବ ୧୦ କେଜିଆ କମ୍ପୋଜିଟ୍ ଏଲ୍‌ପିଜି ସିଲିଣ୍ଡର ଏକ୍ସଟ୍ରାଲାଇଟ୍‌ ନାଓକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ମାର୍କେଟିଂ) ସୌମିତ୍ର ପି ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଏହି ସିଲିଣ୍ଡର ହାଲୁକା, ଧୁଳିମୁକ୍ତ ପ୍ରଯୁକ୍ତି‌ରେ ତିଆରି କରାଯାଇଛି। ଏଥିରେ କେତେ ଗ୍ୟାସ୍‌ ରହିଛି ତାହା ଗ୍ରାହକମାନେ ସହଜରେ ଜାଣିପାରିବେ। ବୁକିଂ କରିବାର ଚାରି ଘଣ୍ଟା ମଧ୍ୟରେ ସିଲିଣ୍ଡର ଡେଲିଭରିକରାଯିବ।

ଏଥି ସହିତ କମ୍ପାନି ପକ୍ଷରୁ ଏହାର ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ପାଇଁ ଏକ୍ସପ୍ରେସ୍‌ଡେଲିଭରି ସେବା ଆରମ୍ଭ କରାଯାଇଛି। ତାହା ମଧ୍ୟ ବୁକିଂ କରିବାର ଚାରି ଘଣ୍ଟା ମଧ୍ୟରେ ମିଳିପାରିବ। ଏହି ସେବା ପୁନେ, ଗୁରୁଗ୍ରାମ, ଇନ୍ଦୋର ଓ କୋଏମ୍ବାଟୁର୍‌ରେ ଉପଲବ୍ଧ ହୋଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ତାହା ଦେଶର ସମସ୍ତ ପ୍ରମୁଖ ସହରରେ ଉପଲବ୍ଧ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button