ଜାତୀୟ

Indian rupee vs dollar: ଟଙ୍କା ପାତାଳଗାମୀ , ଡଲାର ତୁଳନାରେ ମୂଲ୍ୟ ୯୭ ସ୍ତରରେ

ନୂଆଦିଲ୍ଲୀ,୦୮\୧୦: ବିଶ୍ୱ ବଜାରର ଆହ୍ୱାନପୂର୍ଣ୍ଣ ସ୍ଥିତି ଯୋଗୁ ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ୯୬.୭୮ ସ୍ତରରେ ରହିଛି । ଯାହା ୫ ମାସର ସର୍ବନିମ୍ନ ସ୍ତର । ଅଦ୍ୟାବଧି ଟଙ୍କାର ସର୍ବନିମ୍ନ ସ୍ତର ୯୬.୯୮ ରହିଥିଲା ।

ଟଙ୍କା ମୂଲ୍ୟରେ ହ୍ରାସକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ଗତ ୨ ସପ୍ତାହ ହେବ ଉଦ୍ୟମ ଜାରି ରଖିଛି । କାରଣ ଟଙ୍କା ବାସ୍ତବ ପକ୍ଷେ ୯୭ ସ୍ତର ଟପିଲେ ୪ ନୂଆ ରେକର୍ଡ ନିମ୍ନ ସ୍ତର ଛୁଇଁବ । ବଜାର ସ୍ଥିତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରରେ ୦.୨୫% ବୃଦ୍ଧି କରିଛି । ଆଗାମୀ ଦିନରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ହାରରେ ବୃଦ୍ଧି କରିବା ସମ୍ଭାବନା ରହିଛି । ବିଶ୍ୱ ବଜାର ସ୍ଥିତି ସଙ୍କଟାପନ୍ନ ଥିବାରୁ ଟଙ୍କାର ବିନିମୟ ମୂଲ୍ୟ ଉପରେ ଚାପ ରହିବ । ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୬.୪୫ରୁ ୯୭.୨୫ ସ୍ତର ଛୁଇଁପାରେ ବୋଲି ଏଲ୍କେପି ସିକ୍ୟୁରିଟିଜ୍ର ରିସର୍ଚ୍ଚ ଆନାଲିଷ୍ଟ ଯତିନ ତ୍ରିବେଦୀ କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button