Investment Meet: ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଟିମ୍, ବୃହତ୍ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର,୦୯/୦୯: ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଛୁଟିବ ନିବେଶ ସୁଅ । ଏହି ଲକ୍ଷ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଅଭିଯାନ । ବୁଧବାରଠାରୁ ୩ ଦିନ ଧରି ନିବେଶକଙ୍କ ସହ ଚାଲିବ ମାରାଥନ ବୈଠକ, ଆଲୋଚନା । ଦୁବାଇରେ ହେବ ଓଡ଼ିଶାର ରୋଡ୍ ସୋ’ ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ଆବୁଧାବିରେ ପହଞ୍ଚିଛି ମଙ୍ଗଳବାର । ୯ରୁ ୧୧ ତାରିଖ ଯାଏ ଚାଲିବ ଏହି ନିବେଶ ଅଭିଯାନ । ୟୁଏଇ-ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଏହା ଆହୁରି ମଜବୁତ କରିବ । ନିବେଶ, ଉତ୍ପାଦନ, ଭିତ୍ତିଭୂମି, ଶକ୍ତି ଓ ସମ୍ଭାବ୍ୟ ଶିଳ୍ପ କ୍ଷେତ୍ରରେ ନୂଆ ସହଭାଗିତା ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
ଓଡ଼ିଶାରେ ୟୁଏଇ ନିବେଶ ଅଭିଯାନର ପ୍ରଥମ ଦିନ ଭାବେ ବୁଧବାର ଆବୁଧାବିରେ ବିଭିନ୍ନ ଉଚ୍ଚସ୍ତରୀୟ ବ୍ୟବସାୟିକ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ । ୟୁଏଇର ବିଭିନ୍ନ ପ୍ରତିଷ୍ଠାନ, ନିବେଶକ ଓ ବ୍ୟବସାୟିକ ଲିଡରଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଶିଳ୍ପ ଅନୁକୂଳ ବାତାବରଣ ବାବଦରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଅବଗତ କରାଇବେ । ନିମନ୍ତ୍ରଣ କରିବେ- ଓଡ଼ିଶା ଆସନ୍ତୁ । ଆମେ ସବୁ ଭିତ୍ତିଭୂମି ସହଯୋଗ ଯୋଗାଇ ଦେବୁ ।
ସୌଜନ୍ୟ ପ୍ରମେୟ




