ଖେଳ

IPL 2027: ୫ ଜଣ ଖେଳାଳିଙ୍କୁ ବାହାର କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବଡ଼ ପରିବର୍ତ୍ତନ ଦେଖାଯାଇପାରେ। ଟୁଣ୍ଣାମେଣ୍ଟର ଗତ କିଛି ସଂସ୍କରଣରେ ଦଳର ପ୍ରଦର୍ଶନ ଆଶା ଅନୁଯାୟୀ ହୋଇପାରିନାହିଁ। ଗତ ସଂସ୍କରଣରେ ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିଲା।

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସଦଳରେ ବଡ଼ ପରିବର୍ତ୍ତନ ଦେଖାଯାଇପାରେ। ଟୁଣ୍ଣାମେଣ୍ଟର ଗତ କିଛି ସଂସ୍କରଣରେ ଦଳର ପ୍ରଦର୍ଶନ ଆଶା ଅନୁଯାୟୀ ହୋଇପାରିନାହିଁ। ଗତ ସଂସ୍କରଣରେ ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିଲା। ଅନେକ ଖେଳାଳି ଲଗାତାର ସୁଯୋଗ ପାଇବା ସତ୍ତ୍ୱେ ପ୍ରଭାବ ପକାଇପାରି ନଥିଲେ। ଏପରି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ ଏବଂ ଦଳର ଭବିଷ୍ୟତ ଯୋଜନାରେ ଫିଟ୍ ହେଉନଥିବା ଖେଳାଳିଙ୍କୁ ମୁକ୍ତ କରିପାରେ ବୋଲି ଆଶା କରାଯାଉଛି। ସମ୍ଭବତଃ ଯେଉଁ ୫ ଜଣ ଖେଳାଳି ଦଳରୁ ବାହାରି ପାରନ୍ତି ସେମାନେ ହେଲେ…। ତେବେ ଟିମ୍‌ରୁ ଯଦି ୫ଜଣ ଖେଳାଳି ବାହାର ହୁଅନ୍ତି, ତାଙ୍କ ସ୍ଥାନରେ କାହାକୁ ସ୍ଥାନ ମିଳିପାରେ ସେନେଇ ସୂଚନା ମିଳିନାହିଁ।

ଟ୍ରେଣ୍ଟ ବୋଲ୍ଟ
ନ୍ୟୁଜିଲାଣ୍ଡର ଖେଳାଳି ତଥା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (୩୭) ଆଉ ପୂର୍ବ ପରି ଭଲ ବୋଲିଂ କରୁନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଗତ ସିଜନରେ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ। ମୁମ୍ବାଇ ପାଇଁ ପାଞ୍ଚଟି ମ୍ୟାଚ୍‌ରେ ସେ କେବଳ ଦୁଇଟି ୱିକେଟ୍ ନେଇଥିଲେ ଏବଂ ପ୍ରାୟ ୧୨ ଇକୋନୋମି ହାରରେ ରନ୍ ଦେଇଥିଲେ। ତେଣୁ ତାଙ୍କୁ ଦଳ ମୁକ୍ତ କରିପାରେ। ଫ୍ରାଞ୍ଚାଇଜ୍ ତାଙ୍କୁ ୧୨.୫ କୋଟି ଟଙ୍କାରେ କିଣିଛି।

ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ମୁକ୍ତ କରିପାରେ। ସେ ଅଧିନାୟକ ଭାବରେ ଏବଂ ବ୍ୟାଟ୍ ଏବଂ ବଲ୍ ଉଭୟ ଭାବରେ ଫ୍ରାଞ୍ଚାଇଜ୍ ପାଇଁ ପ୍ରଭାବ ପକାଇ ପାରିନାହାଁନ୍ତି। ଏନେଇ ବହୁତ ଦିନ ଧରି ଗୁଜବ ଚାଲିଛି। ଚେନ୍ନାଇ ସୁପର କିଙ୍ଗ୍‌ସ, କୋଲକାତା ନାଇଟ୍‌ ରାଇର୍ଡସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟ ହାର୍ଦ୍ଦିକଙ୍କୁ ନେବା ପାଇଁ ଆଗ୍ରହୀ ଅଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button