ମହାନଗରରାଜ୍ୟ

Is Your Kajal Hurting Your Eyes? ପ୍ରତିଦିନ ଆଖିରେ ଲଗାଉଛନ୍ତି କି କାଜଲ୍ ? ହୋଇ ଯାଆନ୍ତୁ ସାବଧାନ୍ !

ଭୁବନେଶ୍ବର: ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ କାଜଲ। ସେଥିପାଇଁ ତ ନାରୀର ମୁଖ୍ୟ ଶୃଙ୍ଗାର ଭିତରେ କାଜଲ୍ ଅନ୍ୟତମ। ସମସ୍ତଙ୍କର ବିଶ୍ୱାସ ଏହା ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶୀତଳତା ପ୍ରଦାନ କରେ ଏବଂ ଆଖିକୁ ସଂକ୍ରମଣରୁ ରକ୍ଷା କରେ। ପିଢ଼ି ପରେ ପିଢ଼ି ଧରି, ମହିଳାମାନଙ୍କ ମେକଅପ୍ କିଟ୍ର ଏହା ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି। ଅନେକ ମହିଳା ଆଖିରେ କାଜଲ ନ ଲଗାଇଲେ ଅସମ୍ପୂର୍ଣ୍ଣ ଅନୁଭବ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି ପ୍ରତିଦିନ ଆଖିରେ କାଜଳ ଲଗାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ? କେମିତି ଆସନ୍ତୁ ଜାଣିବା।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ,କାଜଲ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସତ, କିନ୍ତୁ ଏହାକୁ ପ୍ରତିଦିନ ଲଗାଇବା ଉଚିତ୍ ନୁହେଁ। କାହିଁକିନା କେତେକ ସମୟରେ, ଭୁଲ୍ ପଦ୍ଧତି ବା ଭୁଲ୍ ପ୍ରଡକ୍ଟ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ।ପାରମ୍ପରିକ ଭାବେ ପ୍ରସ୍ତୁତ ହୋଇଥିବା କାଜଲ୍ ଲଗାଇବା ଦ୍ୱାରା ଏହା ଆଖିକୁ ଅନେକ ଲାଭ ଦେଇଥାଏ। ଘିଅ ଏବଂ ସପୁରୀ ପତ୍ରରୁ ପ୍ରସ୍ତୁତ କାଜଲ୍ ଆଖିକୁ ସଫା ରଖିବା ସହ ମଳି ଏବଂ ଧୂଳିକୁ ଲୁହ ସାହାଯ୍ୟରେ ବାହାରକୁ ବାହାର କରିଦିଏ। ଏହା ଆଖିର ସଂକ୍ରମଣରୁ ବି ରକ୍ଷା କରିଥାଏ। କିନ୍ତୁ ବର୍ତ୍ତମାନ ବଜାରରେ ଭଳିକି ଭଳି ବିଭିନ୍ନ ବ୍ରାଣ୍ଡର କାଜଲ୍ ମିଳୁଛି, ଯାହାକୁ ବ୍ୟବହାର କରି ଆସୁଛନ୍ତି ଯୁବପିଢ଼ି। କିନ୍ତୁ ଏଥିରେ ଥିବା ରାସାୟନିକ ପଦାର୍ଥ ଆଖି ସଫା କରିବା ପରିବର୍ତ୍ତେ, ଆଖି ସମସ୍ୟାକୁ ବଢ଼ାଇ ଦେଇଥାଏ। ଲକ୍ଷ୍ୟ ରଖିଥିବେ , ଯଦି କାଜଲ ଲଗାଇବା ପରେ ଆପଣଙ୍କ ଆଖି ଲାଲ୍ ହୋଇ ପାଣି ବୋହାରୁଛି ତାହେଲେ ଏହା ଆଲର୍ଜିର ଲକ୍ଷଣ ହୋଇପାରେ। ବଜାରରେ ମିଳୁଥିବା କାଜଲ ପ୍ରତିଦିନ ଲଗାଇବା ଦ୍ୱାରା ଆଖି ପାଇଁ ଭଲ ନୁହେଁ । ଏହାକୁ ବାରମ୍ବାର ବ୍ୟବହାର କରିବା ଦ୍ବାରା ଏହା ଆଖିର ପ୍ରାକୃତିକ ଆର୍ଦ୍ରତାକୁ ପ୍ରଭାବିତ କରେ। ଏହା ଶୁଷ୍କତା ଏବଂ ଆଖି ଜଳାପୋଡ଼ା କିମ୍ବା ଭାରୀପଣ ସୃଷ୍ଟି କରିପାରେ। ତାଛଡ଼ା ଏକ୍ସପାୟରି ହୋଇଥିବା କାଜଲ୍ ତ ଆଖିପାଇଁ ଆହୁରି ଖରାପ। ତେଣୁ ସତର୍କ ରୁହନ୍ତୁ । କାଜଲ୍ ଲଗାଇବା ମାତ୍ରେ ଜଳାପୋଡା ହେବା କ୍ଷଣି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

କିପରି କାଜଲକୁ ସୁରକ୍ଷିତ ଭାବରେ ବ୍ୟବହାର କରିବେ –

• ସବୁବେଳେ ବ୍ରାଣ୍ଡେଡ୍ କାଜଲ ବାଛନ୍ତୁ। ଉତ୍ପାଦଟି ସୀସା କିମ୍ବା ପାରାବେନ୍ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ମୁକ୍ତ ବୋଲି ସୂଚାଉଥିବା ଲେବଲ୍ ଖୋଜନ୍ତୁ

• କାଜଲକୁ ଆଖିରେ ଲଗାଇବା ପୂର୍ବରୁ, ଆପଣଙ୍କ ଚର୍ମର ଏକ ଛୋଟ ସ୍ଥାନରେ ଏକ ପ୍ୟାଚ୍ ପରୀକ୍ଷା କରନ୍ତୁ।

• ଆଖିରେ ଧୂଳି ଏବଂ ଜୀବାଣୁ ପ୍ରବେଶ ନକରିବା ପାଇଁ ଆଖିପତାର ବାହାର ଧାର ସହିତ କାଜଲ ଲଗାନ୍ତୁ।

• ଅନ୍ୟ କାହାର କାଜଲ ବ୍ୟବହାର କରିବାରୁ ବଞ୍ଚନ୍ତୁ। ଆପଣଙ୍କର କାଜଲକୁ ଏକ ସଫା, ଶୁଖିଲା ସ୍ଥାନରେ ରଖନ୍ତୁ। ପ୍ରଦୂଷଣକୁ ରୋକିବା ପାଇଁ ନିୟମିତ ବ୍ୟବଧାନରେ ଏହାକୁ ବଦଳାନ୍ତୁ।

 

 

 

 

 

ସୌଜନ୍ୟ Prameya News7

Show More
Back to top button