ଦେଶ ବିଦେଶ

Jharkhand: ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ: ହସ୍ପିଟାଲରେ ଭର୍ତ୍ତି ହେଲେ ଦେବେନ୍ଦ୍ର ମାହାତୋ

ଝାଡ଼ଖଣ୍ଡର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା (ଜେଏଲ୍‌କେଏମ୍‌) ନେତା ଦେବେନ୍ଦ୍ର ନାଥ ମାହାତୋ ସୋମବାର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରାଞ୍ଚି: ଝାଡ଼ଖଣ୍ଡର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା (ଜେଏଲ୍‌କେଏମ୍‌) ନେତା ଦେବେନ୍ଦ୍ର ନାଥ ମାହାତୋ ସୋମବାର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚାଲିଥିବା ଆମରଣ ଅନଶନ ଯୋଗୁଁ ସେ ଆମ୍ବୁଲାନ୍ସରେ ବିଧାନସଭା ନିକଟରେ ପହଞ୍ଚି ଆନ୍ଦୋଳନରତ ଛାତ୍ରମାନଙ୍କ ସହ ସାମିଲ ହୋଇଥିଲେ।

ସେଠାରେ ପୁଲିସ ଲାଠିମାଡ଼ରେ ସେ ଆହତ ହୋଇଥିଲେ। ତା’ ସହ ୯ ଦିନ ଧରି ଅନଶନ କରିବା ହେତୁ ତାଙ୍କ ଶରୀରରେ ରକ୍ତ ଶର୍କରା ସ୍ତର ଅତ୍ୟନ୍ତ କମିଯାଇଛି। ସେଥିପାଇଁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି ଏବଂ ରାଞ୍ଚି ସଦର ହସ୍ପିଟାଲ ଇମର୍ଜେନ୍ସି ୱାର୍ଡରେ ତାଙ୍କୁ ଚିକିତ୍ସା କରାଯାଉଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button