ରାଜ୍ୟ

Judgement: ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ ବନ୍ଦରରେ ଗତ ମେ ମାସରୁ ଅଟକି ରହିଥିବା ଏମଟି ୟୁନିଟି ନାମକ ବିଦେଶୀ ଜାହାଜର ଚାଳକ ଦଳ ସଦସ୍ୟ (କ୍ରିୟୁ ମେମ୍ବର)ଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଜାହାଜର କ୍ୟାପଟେନଙ୍କ ସମେତ ସମସ୍ତ ୨୨ଜଣ କ୍ରିୟୁ ମେମ୍ବରଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଓହ୍ଲାଇବା...

କଟକ: ପାରାଦୀପ ବନ୍ଦରରେ ଗତ ମେ ମାସରୁ ଅଟକି ରହିଥିବା ଏମଟି ୟୁନିଟି ନାମକ ବିଦେଶୀ ଜାହାଜର ଚାଳକ ଦଳ ସଦସ୍ୟ (କ୍ରିୟୁ ମେମ୍ବର)ଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଜାହାଜର କ୍ୟାପଟେନଙ୍କ ସମେତ ସମସ୍ତ ୨୨ଜଣ କ୍ରିୟୁ ମେମ୍ବରଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଓହ୍ଲାଇବା ଓ ସେମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ କେନ୍ଦ୍ର ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାହାଜର କ୍ୟାପଟେନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୬ ମେ’ ୧୧ରେ ଏମଟି ୟୁନିଟି ଜାହାଜଟି ପାରାଦୀପ ବନ୍ଦରରେ ପହଞ୍ଚିଥିଲା। ଦେୟ ସଂକ୍ରାନ୍ତୀୟ ଆଇନଗତ ବିବାଦ ଯୋଗୁଁ ପାରାଦୀପ ବନ୍ଦରରେ ଜାହାଜଟି ଅଟକି ରହିଛି। ସେହିଦିନ ଠାରୁ ଜାହାଜରେ କ୍ରିୟୁ ମେମ୍ବର ରହିଛନ୍ତି। ସେମାନଙ୍କୁ ମେ ମାସରୁ ଦରମା ମିଳି ନାହିଁ। କ୍ରିୟୁ ମେମ୍ବରଙ୍କ ଖାଦ୍ୟ, ପାନୀୟ ଜଳ ଓ ଜରୁରୀ ସାମଗ୍ରୀ ଯୋଗାଣ ବନ୍ଦ କରି ଦିଆଯାଇଛି। ଜାହାଜ ମାଲିକ ଓ ଏଜେଣ୍ଟ ଏ ନେଇ କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button