କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫
ପୁରସ୍କାର ପାଇବେ କବି ଗିରିଜା କୁମାର ବଳିୟାରସିଂ
କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ୨୦୨୫ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ କବିତା ବିଭାଗ ପାଇଁ ମନୋନିତ ହୋଇଛନ୍ତି। ବିଭିନ୍ନ ଭାଷାରେ ସାରା ଭାରତର ବିଶିଷ୍ଟ ଲେଖକମାନଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି।
୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର ବଳିୟାରସିଂଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ, ଇଂରାଜୀ ଆଦି ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ବଛାବଛା ସଂକଳିତ ପୁସ୍ତକ ପୁରସ୍କାର ପାଇଁ ମନୋନିତ
କବିତା ପାଇଁ ୮ଟି ସଂକଳନ, ୪ଟି ଉପନ୍ୟାସ, ୨ଟି ପ୍ରବନ୍ଧ, ୧ଟି ସାହିତ୍ୟ ସମାଲୋଚନା, ୧ଟି ଆତ୍ମଜୀବନୀ ଓ ୨ଟି ଆତ୍ମଅନୁଭୂତି ପୁସ୍ତକ ୨୦୨୫ ପୁରସ୍କାର ପାଇଁ ବିଭିନ୍ନ ଭାଷାରୁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ରାଶିରେ ଲେଖକଙ୍କୁ ଉପଢ଼ୌକନ, ଉତ୍ତରୀୟ ସାଙ୍ଗକୁ ୧ଲକ୍ଷ ଟଙ୍କା ଦିଆଯିବ। ମାର୍ଚ୍ଚ ୩୧ ତାରିଖ ଦିନ ନୂଆଦିଲ୍ଲୀଠାେର ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।
ଚୟନ କରିଥିଲେ ଜୁରି କମିଟି
ପୁରସ୍କାର ଚୟନ ପାଇଁ ଜୁରି କମିଟି ପକ୍ଷରୁ ଜାନୁଆରି ମାସରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଓଡ଼ିଆ ଭାଷା ପାଇଁ ଚୟନ କମିଟିରେ ବିଶିଷ୍ଟ ଲେଖିକା ଶ୍ରୀମତି ଗାୟତ୍ରୀ ସରାଫ, ଡ. ଜୟନ୍ତୀ ରଥ ଓ ବିଶିଷ୍ଟ ଲେଖକ ଶ୍ରୀ ଶ୍ୟାମା ପ୍ରସାଦ ଚୌଧୁରୀ ସାମିଲ ହୋଇଥିଲେ।
ସୌଜନ୍ୟ ସମ୍ବାଦ
